ଗୋଲାପି ଟେଷ୍ଟ ସହ ଭାରତର ସିରିଜ ବିଜୟ
କଲକାତା : କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ର ଗୋଲାପି ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ଗୋଟିଏ ଇନିଂସ ଓ ୪୬ ରନ୍ରେ ଭାରତ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ହାତେଇ ନେଇଛି।
ସୂଚନା ଅନୁସାରେ, ବାଂଲାଦେଶ ପ୍ରଥମ ଇନିଂସରେ ମାତ୍ର ୧୦୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୩୪୭ ରନ୍ କରି ପାଳି ଘୋଷଣା କରିଥିଲା। ଏହାସହ ବାଂଲାଦେଶକୁ ଫଲୋଅନ ଦେଇଥିଲା। ତେବେ ବାଂଲାଦେଶ ଫଲୋଅନର ଶିକାର ହୋଇ ୨ୟ ଇନିଂସରେ ମାତ୍ର ୧୯୫ ରନ୍ରେ ଅଲଆଉଟ୍ ହୋଇ ଯାଇଛି। ଫଳରେ ଭାରତ ଗୋଟିଏ ଇନିଂସ ଓ ୪୬ ରନ୍ରେ ବିଜୟୀ ହୋଇଛି।
ସୂଚନାଯୋଗ୍ୟ, ଏହା ଏକ ଐତିହାସିକ ମ୍ୟାଚ୍ ଥିଲା। କାରଣ ଏହା ଦିବାରାତ୍ର ଚାଲିଥିଲା ଓ ଏଥିରେ ଗୋଲାପି ବଲ ବ୍ୟବହାର କରାଯାଇଥିଲା।
ଏହି ଟେଷ୍ଟ ସିରିଜରେ ଘାତକ ବୋଲିଂ ପାଇଁ ଇଶାନ୍ତ ଶର୍ମାଙ୍କୁ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ କରାଯାଇଛି।
Comments are closed.