www.samajalive.in
Saturday, December 6, 2025
14.1 C
Bhubaneswar

ବାରବାଟୀ ଲଢେଇ ଜିତିଲା ଭାରତ, ୪ ଓ୍ବିକେଟରେ ହାରିଲା ଇଂଲଣ୍ଡ

କଟକ : ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି । ବାରବାଟୀ ଷ୍ଟାଡିୟମରେ ରବିବାର ଇଂଲଣ୍ଡ ବ୍ୟାଟିଂ ଚୟନ କରିଥିଲା । ଦଳ ୪୯.୫ ଓଭରରେ ୩୦୪ ରନ ସଂଗ୍ରହ କରିଥିଲା । ଭାରତ ୪୪.୩ ଓଭରରେ ୬ ଓ୍ବିକେଟ ହରାଇ ଲକ୍ଷ୍ୟକୁ ହାସଲ କରିଛି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୧୧୯ ରନ୍ କରିଛନ୍ତି । ଶୁଭମନ ଗିଲ୍ ୬୦ ରନ୍ ରହିଛନ୍ତି । ରବିନ୍ଦ୍ର ଜଡେଜା ୩ ଓ୍ବିକେଟ୍ ନେଇଛନ୍ତି । ଇଂଲଣ୍ଡର ଜୋ ଋଟ୍ ୬୯, ଡକେଟ୍ ୬୫ ରନ୍ କରିଛନ୍ତି । ଜେମୀ ଓଭର୍ଟର୍ଣ୍ଣଙ୍କୁ ୨ଟି ଓ୍ବିକେଟ୍ ମିଳିଛି । ତୃତୀୟ ଦିନିକିଆ ୧୨ ଫେବୃୟାରୀରେ ଅହମଦାବାଦରେ ଖେଳାଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories