www.samajalive.in
Saturday, December 6, 2025
23.1 C
Bhubaneswar

ପ୍ୟାରିସ୍‌ ଅଲିମ୍ପିକ୍ସରେ କମାଲ୍‌ କଲେ ଇଣ୍ଡିଆ, ବ୍ରେକ୍‌ଡାନ୍ସିଂରେ ପ୍ରଥମ ମ୍ୟାଚ୍‌ ଜିତି ରଚିଲେ ଇତିହାସ

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ପ୍ରଥମ ଥର ପାଇଁ ଏକ ନୂଆ ଖେଳ ସାମିଲ ହୋଇଛି, ଯାହାକୁ ବ୍ରେକ୍‌ଡାନ୍ସିଂ ବା ବ୍ରେକିଙ୍ଗ୍ କୁହାଯାଉଛି। ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ବ୍ରେକ୍‌ଡାନ୍ସିଂ ଇଭେଣ୍ଟ ଦେଖିବାକୁ ମିଳିଛି ଏବଂ ବେଶ୍ ଆକର୍ଷଣୀୟ ଢଙ୍ଗରେ ଏହା ଆରମ୍ଭ ହୋଇଛି। ଏହି ଇଭେଣ୍ଟର ପ୍ରଥମ ମ୍ୟାଚ୍ ଯିଏ ଜିତିଛନ୍ତି, ତାଙ୍କ ନାଁ ଶୁଣିଲେ ଆପଣ ଚମକି ପଡ଼ିବେ। ସେ ହେଉଛନ୍ତି ଇଣ୍ଡିଆ। ଏହି ଖେଳରେ କୌଣସି ଭାରତୀୟ କ୍ରୀଡ଼ାବିତ୍ ସାମିଲ ହୋଇ ନଥିଲେ ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ବ୍ରେକ୍‌ଡାନ୍ସିଂରେ ‘ଇଣ୍ଡିଆ’ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା କେତେକଙ୍କୁ ଦ୍ଵନ୍ଦ୍ଵରେ ମଧ୍ୟ ପକାଇଛି। ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ବ୍ରେକ୍‌ଡାନ୍ସିଂରେ ପ୍ରଥମ ମ୍ୟାଚ୍‌ ଜିତି ଇତିହାସ ରଚିଛନ୍ତି ନେଦରଲାଣ୍ଡର ଇଣ୍ଡିଆ ସାର୍ଡଜୋ।

ନେଦରଲାଣ୍ଡର ହେଗ୍ ନିବାସୀ ୧୮ ବର୍ଷୀୟା ବି-ଗର୍ଲ ଇଣ୍ଡିଆ ବ୍ରେକିଙ୍ଗ୍‌ରେ ପ୍ରଥମ ମ୍ୟାଚ୍ ବିଜେତା ଭାବେ ଅଲିମ୍ପିକ୍ସ ଇତିହାସରେ ନିଜ ନାଁ ସାମିଲ କରିଛନ୍ତି। ବ୍ରେକ୍‌ଡାନ୍ସିଂର ପ୍ରଥମ ଇଭେଣ୍ଟ ଶୁକ୍ରବାର ଦିନ ୪ଟାରେ ହୋଇଥିବାବେଳେ ଏଥିରେ କମାଲ୍ କରିଛନ୍ତି ଇଣ୍ଡିଆ ସାର୍ଡଜୋ। ନେଦରଲାଣ୍ଡର ଇଣ୍ଡିଆ ସାର୍ଡଜୋ ‘ବି ଗର୍ଲ ଇଣ୍ଡିଆ’ ନାମରେ ଜଣାଶୁଣା। ବ୍ରେକଡାନ୍ସିଂରେ ଅଲିମ୍ପିକ୍ ମ୍ୟାଚ୍ ଜିତିବାରେ ପ୍ରଥମ କ୍ରୀଡ଼ାବିତ୍ ପାଲଟିଛନ୍ତି ଇଣ୍ଡିଆ। ନିଜର ଚମତ୍କାର ପ୍ରଦର୍ଶନ ସତ୍ବେ ଶନିବାର ଏହି ଖେଳର ସେମି ଫାଇନାଲରେ ତାଙ୍କୁ କଡ଼ା ପରାଜୟର ସାମ୍ନା କରିବାକୁ ପଡ଼ିଛି।

- Advertisement -

ଏଠାରେ ଉଲ୍ଲେଖଯୋଗ୍ୟ, ଅଲିମ୍ପିକ୍ସର ପ୍ରଥମ ବ୍ରେକିଙ୍ଗ୍‌ ଇଭେଣ୍ଟରେ ଜାପାନର ବି-ଗର୍ଲ ଆମି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଅପରପକ୍ଷେ ନେଦରଲାଣ୍ଡ ବି-ଗର୍ଲ ଇଣ୍ଡିଆଙ୍କ ସହ କଡ଼ା ମୁକାବିଲା ପରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ଚୀନ୍‌ର ବି-ଗର୍ଲ ୬୭୧(ଲିଉ କିଙ୍ଗି)।

 

 

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories