www.samajalive.in
Saturday, December 6, 2025
26.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ମମତା ବାନାର୍ଜୀଙ୍କ ସହ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.. ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ କଲେ ଅନୁରୋଧ..

ଭୁବନେଶ୍ଵର ଡବଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ.. ପ୍ରେସମିଟରେ ସୂଚନା ଦେଲେ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ.. କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟରେ ଗାଡି ପାର୍କିଂରୁ ଘଟିଥିଲା ହତ୍ୟାକାଣ୍ଡ.. ପ୍ରଦୀପକୁ ପୁରୀ ଓ ଗଣେଶକୁ ଚଣ୍ଡିଖୋଲରୁ କରାଯାଇଛି ଗିରଫ..

- Advertisement -

ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣକୁ ନିନ୍ଦା କଲେ ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ.. ସମସ୍ତ ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୌଦ୍ଧ ପରିବାରକୁ କ୍ଷତିରୁ ରକ୍ଷା କରିବା ପାଇଁ ଆନ୍ଦୋଳନରେ ଅଗ୍ରଣୀ ଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କଲେ ନୋବେଲ ବିଜେତା ୟୁନୁସ..

ଜଙ୍ଗଲରେ ପଡିଛି ମଣିଷ କଙ୍କାଳ.. ଗଞ୍ଜାମ ପାଟପୁର ଥାନା ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରୁ ଖପୁରି ଓ ହାଡ଼ ଜବତ କଲା ପୁଲିସ୍.. ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସର ତନାଘନା.. ପାଖରୁ ଏକ ସାଇକେଲ ଜବତ.. ବ୍ୟବଚ୍ଛେଦ ରିପୋର୍ଟ ପରେ କେମିତି ହୋଇଛି ମୃତ୍ୟୁ ହେବ ସ୍ପଷ୍ଟ..

ଜାତୀୟ ରାଜପଥ ମଝିରେ ଜଳିଗଲା କଣ୍ଟେନର.. ଢେଙ୍କାନାଳ ଆନନ୍ଦନଗରଠାରେ କେମିକାଲ ବୋଝେଇ କଣ୍ଟେନରରେ ଲାଗିଲା ନିଆଁ.. ସର୍ଟ ସର୍କିଟରୁ ଡିଜେଲ ଟାଙ୍କିରେ ନିଆଁ ଲାଗି ବ୍ୟାପିଥିବା ଆଶଙ୍କା.. ନିଆଁ ଆୟତ୍ତରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ..

ବାଂଲାଦେଶୀ ସନ୍ଦେହରେ ୬ ଅଟକ.. ବାସୁଦେବପୁର ବଜାରର ହାଇସ୍କୁଲ ଛକ ନିକଟରେ ଏକ ଅଟୋରେ ୬ଜଣ ଯାଉଥିବାବେଳେ ବାଂଲାଦେଶୀ ସନ୍ଦେହରେ ଅଟକାଇ ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକ..

ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଓ ହେଲିପ୍ୟାଡ ନିର୍ମାଣର ତଦନ୍ତ କରାଯିବ କହିଲେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ..

ଘୁଞ୍ଚିଲା ଭିନେଶ ଫୋଗଟଙ୍କ ପଦକ ଆବେଦନର ଶୁଣାଣି.. ୧୩ ତାରିଖ ରାତି ୯ଟା ୩୦ରେ ହେବ ଭିନେଶଙ୍କ ଶୁଣାଣି.. ୧୧ ପରିବର୍ତ୍ତେ ୧୩ ତାରିଖକୁ ଘୁଞ୍ଚିବା ନେଇ ସିଏଏସଙ୍କ ପକ୍ଷରୁ ସୂଚନା..

ରାଜ୍ୟରେ ଆଜିଠୁ କମିପାରେ ବର୍ଷା ପରିମାଣ.. ୨୪ ଘଣ୍ଟା ପାଇଁ ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ମାଲକାନଗିରି ଓ କେନ୍ଦୁଝର ଲାଗି ୟେଲୋ ଓ୍ବାର୍ଣ୍ଣିଂ ଜାରି.. ପାଣିପାଗ ବିଭାଗର ଆକଳନ ଆସନ୍ତା ୧୪ ତାରିଖରୁ ପୁଣି ବଢିବ ବର୍ଷାର ବିସ୍ତୃତି..

ଆଜି ମଧ୍ୟରାତ୍ରୀରେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଉଦ୍‌ଯାପନୀ ସମାରୋହ.. ଭାରତୀୟ ସମୟ ଅନୁଯାୟୀ ଆଜି ରାତି ୧୨ଟା ୩୦ରେ ପ୍ରାୟ ୮୦ ହଜାର ଦର୍ଶକଙ୍କ ସମାଗମରେ ଏହି ସମାରୋହ ଆରମ୍ଭ ହେବ.. ଷ୍ଟାଡ୍ ଡି ଫ୍ରାନ୍ସରେ ଅନୁଷ୍ଠିତ ହେବ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଉଦ୍‌ଯାପନୀ ସମାରୋହ..

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories