www.samajalive.in
Saturday, December 6, 2025
19.1 C
Bhubaneswar

ହିଣ୍ଡେନବର୍ଗ ରିପୋର୍ଟ ବିଦ୍ଵେଷପୂର୍ଣ୍ଣ, ନିରର୍ଥକ ଏବଂ କାରସାଦିଯୁକ୍ତ: ଆଦାନୀ ଗ୍ରୁପ

ସମାଜ ଡିଜିଟାଲ ଡେସ୍କ: ଷ୍ଟକ ବଜାରରେ ଶର୍ଟ ସେଲର ଭଳି ଅପଖ୍ୟାତି ଅର୍ଜନ କରିବା ଏବଂ ଭାରତୀୟ ନିରାପତ୍ତା ଆଇନ ଉଲ୍ଲଂଘନ କରି ଯାଞ୍ଚ ଅଧୀନରେ ଥିବା ହିଣ୍ଡେନବର୍ଗର ସଦ୍ୟତମ ରିପୋର୍ଟ ବିଦ୍ଵେଷପରାୟଣ, ନିରର୍ଥକ ଏବଂ କାରସାଦିଯୁକ୍ତ ବୋଲି ଆଦାନୀ ଗ୍ରୁପ ପକ୍ଷରୁ କୁହାଯାଇଛି। ଆଦାନୀ ଗ୍ରୁପର ଦୁର୍ନୀତି ସହିତ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବା ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କର ବାଣିଜ୍ୟିକ ସମ୍ପର୍କ ରହିଥିବା ନେଇ ହିଣ୍ଡେନବର୍ଗ ଗତ ଶନିବାର ରିପୋର୍ଟ ପ୍ରକାଶ କରିଥିଲା। ଏହା ପରେ ଆଦାନୀ ଗ୍ରୁପ ପକ୍ଷରୁ ଉକ୍ତ ରିପୋର୍ଟକୁ ଖଣ୍ଡନ କରାଯାଇ ସଂସ୍ଥା ସହିତ ସେବି ଅଧ୍ୟକ୍ଷାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ରବିବାର ସ୍ପଷ୍ଟ କରାଯାଇଛି। ମାଧବୀ ଏବଂ ତାଙ୍କ ସ୍ଵାମୀ ଧବଳ ବୁଚ୍‌ ଆଦାନୀ ଗ୍ରୁପରେ ସମ୍ପୃକ୍ତ ଥିବା ଅଫସୋର(ବିଦେଶୀ) ପାଣ୍ଠିରେ ଅର୍ଥ ବିବିନିଯୋଗ କରିଥିବା ହିଣ୍ଡେନବର୍ଗ ରିପୋର୍ଟରେ ଦର୍ଶାଯାଇଥିଲା। ସେମାନେ ଆଦାନୀଙ୍କ ବେଆଇନ ଅର୍ଥ ଚାଲାଣ ମାମଲା ସହିତ ସମ୍ପୃକ୍ତ ରହିଥିବାରୁ ପୂର୍ବରୁ ପ୍ରକାଶିତ ଆଦାନୀ ଦୁର୍ନୀତି ମାମଲାର ତଦନ୍ତ ଉପଯୁକ୍ତ ଭାବେ କାରାଯାଇନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଏହା ଆଦାନୀ ଗ୍ରୁପ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଗ୍ରୁପର ସମସ୍ତ ବିଦେଶୀ ପାଣ୍ଠିର ଢାଞ୍ଚା ସମ୍ପୂର୍ଣ୍ଣ ଭାବେ ସ୍ଵଚ୍ଛ। ଏ ସମ୍ପର୍କିତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିଷୟରେ ସଂସ୍ଥା ପକ୍ଷରୁ ନିୟମିତ ବ୍ୟବଧାନରେ ସାର୍ବଜନୀନ କରାଯାଇଆସୁଛି। ତେଣୁ ହିଣ୍ଡେନବର୍ଗ ରିପୋର୍ଟରେ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଗତ ଜାନୁୟାରୀରେ ଏହାକୁ ଖଣ୍ଡନ କରିସାରିଛନ୍ତି ବୋଲି ଆଦାନୀ ଗ୍ରୁପ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories