www.samajalive.in
Sunday, December 7, 2025
26.1 C
Bhubaneswar

ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣକୁ ନିନ୍ଦା କଲେ ବାଂଲାଦେଶର ନୂଆ ନେତା ମହମ୍ମଦ ୟୁନୁସ

ଡେସ୍କ: ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ହିଂସା ପ୍ରଭାବିତ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ସେମାନଙ୍କୁ ଜଘନ୍ୟ ବୋଲି କହିଛନ୍ତି। ସମସ୍ତ ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୌଦ୍ଧ ପରିବାରକୁ କ୍ଷତିରୁ ରକ୍ଷା କରିବା ପାଇଁ ନୋବେଲ ବିଜେତା ୟୁନୁସ ଆନ୍ଦୋଳନରେ ଅଗ୍ରଣୀ ଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।

ଗତକାଲି ବାଂଲାଦେଶର ରାଜଧାନୀ ଢାକା ଏବଂ ଉତ୍ତର-ପୂର୍ବ ବନ୍ଦର ସହର ଛତାଗ୍ରାମରେ ଲଗାତାର ଦ୍ବିତୀୟ ଦିନ ପାଇଁ ହଜାର ହଜାର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ରାଲି ଯୋଗୁ ଢାକାର କେନ୍ଦ୍ରୀୟ ଭାଗର ଶାହାବାଗଠାରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ଯାତାୟାତ ବନ୍ଦ ରହିଥିଲା। ସଂଖ୍ୟାଲଘୁମାନଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଶୁଣାଣି ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ, ସଂଖ୍ୟାଲଘୁଙ୍କ ପାଇଁ ୧୦ ପ୍ରତିଶତ ସଂସଦୀୟ ଆସନ ଆବଣ୍ଟନ, ସଂଖ୍ୟାଲଘୁ ସୁରକ୍ଷା ଆଇନ ପ୍ରଣୟନ ଆଦି ଦାବି ରହିଛି।

- Advertisement -

ଛାତ୍ରଛାତ୍ରୀଙ୍କ ସମେତ ହଜାର ହଜାର ମୁସଲମାନ ବିକ୍ଷୋଭକାରୀ ମଧ୍ୟ ଢାକାରେ ସାମିଲ ହୋଇ ସଂଖ୍ୟାଲଘୁଙ୍କ ପାଇଁ ଏକତା ପ୍ରକାଶ କରିଥିଲେ। ନିକଟରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ଓ ଅନ୍ୟାନ୍ୟ ଗୋଷ୍ଠୀକୁ ଟାର୍ଗେଟ କରି ହୋଇଥିବା ହିଂସାକୁ ବିରୋଧ କରି ଗତକାଲି ୱାଶିଂଟନର ହ୍ୱାଇଟ୍ ହାଉସ୍ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭକାରୀ ଏକତ୍ରିତ ହୋଇଥିଲେ। ଓ୍ଵାସିଂଟନ୍, ମେରିଲ୍ୟାଣ୍ଡ, ଭର୍ଜିନିଆ ଓ ନ୍ୟୁୟର୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିକ୍ଷୋଭକାରୀମାନେ ଉଭୟ ଆମେରିକୀୟ ଓ ବାଂଲାଦେଶୀ ପତାକା ଧରିଥିଲେ। ସେପଟେ ଭାରତୀୟ ଆମେରିକୀୟ ସାଂସଦମାନେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଚିଠି ଲେଖି ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ କଂଗ୍ରେସରେ ଆଲୋଚନା କରିବାକୁ ଆହ୍ୱାନ ଦେଇଛନ୍ତି।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଉପମୁଖପାତ୍ର ଫରହାନ ହକ୍ ମଧ୍ୟ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଜାତି, ଧର୍ମ କିମ୍ବା ଅନ୍ୟ କୌଣସି ଭେଦଭାବ ଭିତ୍ତିରେ ହିଂସାକୁ ବିରୋଧ କରିବା ପାଇଁ ସଂଗଠନର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ହିଂସାଦ୍ୱାରା ପ୍ରଭାବିତ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ଥଇଥାନରେ ସହଯୋଗ କରିବାକୁ ଜାତିସଂଘର ପ୍ରସ୍ତୁତିକୁ ମଧ୍ୟ ହକ୍ ଦୋହରାଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories