www.samajalive.in
Monday, December 15, 2025
15.1 C
Bhubaneswar

‘ଚୀନ ସହ ଯୁଦ୍ଧ ହେଲେ ଆମେ ଜିତିବୁ’ : ଜେନେରାଲ ନରବଣେ

ନୂଆଦିଲ୍ଲୀ : ଚୀନ ସହିତ ଯୁଦ୍ଧ ହେଲେ ଭାରତ ବିଜୟୀ ହେବ ବୋଲି ସେନାମୁଖ୍ୟ ଜେନେରାଲ ଏମଏମ ନରବଣେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଜେନେରାଲ ନରବଣେ କହିଛନ୍ତି ଯେ ସୀମା ବିବାଦକୁ ନେଇ ଚୀନ ପଟୁ ଭାରତ ପାଇଁ ସର୍ବଦା ବିପଦ ରହିଛି। ଏହି ବିପଦକୁ ମୁକାବିଲା କରିବା ଲାଗି ଭାରତ ସେନା ସର୍ବଦା ପୂର୍ଣ୍ଣ ପ୍ରସ୍ତୁତ ରହିଛି। ତେଣୁ ଯଦି କୌଣସି ପରିସ୍ଥିତିରେ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ସହିତ ଯୁଦ୍ଧ ହୁଏ ତେବେ ଭାରତ ନିଶ୍ଚିତ ବିଜୟୀ ହେବ। ୨୦୨୦ରୁ ସୀମାରେ ଦୁଇ ଦେଶ ସୈନ୍ୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ମୁହଁାମୁହଁି ପରିସ୍ଥିତି ୨୦୨୨ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏହି ମୁହାଁ ମୁହିଁ  ପରିସ୍ଥିତିକୁ ଦେଖି ସୀମାନ୍ତ ଅଞ୍ଚଳରେ ଭାରତର ସୈନ୍ୟ ସଂଖ୍ୟା ବୃଦ୍ଧି କରାଯାଇଛି। ବୁଧବାର ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଚୀନ ସହିତ ଲାଗି ରହିଥିବା ସୀମା ବିବାଦକୁ ସମାଧାନ ନିମନ୍ତେ ଉଦ୍ୟମ ଜାରି ରହିଛି। ଲଦାଖର ନିୟନ୍ତ୍ରଣ ରେଖା ନିକଟରୁ ଚୀନ ଏହାର ସୈନିକଙ୍କୁ ଆଂଶିକ ପ୍ରତ୍ୟାହାର କରିଛି। ଅବଶିଷ୍ଟ ସୈନ୍ୟ ପ୍ରତ୍ୟାହାର ନେଇ କଥାବାର୍ତ୍ତା ଜାରି ରହିଛି। ଏହି କଥାବାର୍ତ୍ତାରେ ଅନେକ ଉନ୍ନତି ଆସିଛି। କଥାବାର୍ତ୍ତାରେ ଯଦି ସମସ୍ୟା ସମାଧାନ ନହୁଏ ତେବେ ଯୁଦ୍ଧକୁ ଶେଷ ବିକଳ୍ପ ଭାବେ ଗ୍ରହଣ କରାଯିବ। ଉତ୍ତର ସୀମାନ୍ତ ଅଞ୍ଚଳକୁ ଆମେ ସର୍ବାଧିକ ଗୁରୁତ୍ବ ଦେଇ ଆସୁଛୁ। ଏଥିପାଇଁ ସେନାକୁ ଅଭିଯାନ ନିମନ୍ତେ ସର୍ବଦା ପ୍ରସ୍ତୁତି କରି ରଖାଯାଇଛି।
ନାଗାଲାଣ୍ଡ ଗୁଳିକାଣ୍ଡ ପ୍ରସଙ୍ଗରେ ଜେନେରାଲ ନରବଣେ କହିଛନ୍ତି ଯେ ଘଟଣାର ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ସେନାର ସାଧାରଣ ପରିଚାଳନା ପ୍ରକ୍ରିୟା (ଏସଓପି)କୁ ସଂଶୋଧନ କରାଯିବ। ସେ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳରେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଭାରତ-ମ୍ୟାଁମାର ସୀମାରେ ସେନାର ଅନ୍ୟ ବାହିନୀକୁ ମୁତୟନ କରାଯାଇଛି। ଏହା ସହିତ ଆସାମ ରାଇଫଲର ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରାଯାଇଛି। ପାକିସ୍ତାନ ପ୍ରସଙ୍ଗରେ ସେନାମୁଖ୍ୟ କହିଛନ୍ତି ଯେ ଏହା ନିମୟିତ ଭାବେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉପରେ ଧ୍ୟାନ ଦେଇଚାଲିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories