www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ କରିବ ମହାକାଶରେ ଘର – ଚନ୍ଦ୍ରଯାନ ସଫଳତା ପରେ ମହାକାଶରେ ଇସ୍ରୋ ସ୍ଥାପନ କରିବ…

ନୂଆଦିଲ୍ଲୀ – ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍‌-୧ର ସଫଳତା ପରେ ଏବେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଇସ୍ରୋ ମହାକାଶରେ ଆଉ ଏକ ସ୍ୱତନ୍ତ୍ରକାର୍ଯ୍ୟ କରିବା ପାଇଁ ଯାଉଛି । ଗଗନ ଯାନରେ ମହାକାଶକୁ ମାନବ ପଠାଇବ ଇସ୍ରୋ । କେବଳ ଏତିକି ନୁହେଁ ମହାକାଶରେ ଏକ ସ୍ପେସ୍‌ ଷ୍ଟେସନ୍‌ ବା ଅନ୍ତରୀକ୍ଷ ଷ୍ଟେସନ୍‌ ସ୍ଥାପନ କରିବ । ଏଥିରେ ବୈଜ୍ଞାନିକମାନେ ରହି ବିଭିନ୍ନ ପ୍ରକାରର ଗବେଷଣା କରିପାରିବେ । ଏହି ସ୍ପେସ୍‌ ଷ୍ଟେସନ୍‌କୁ ଭାରତ ୨୦୨୮ ମସିହା ମଧ୍ୟରେ ବିକଶିତ କରିବା ସହ ମହାକାଶରେ ସ୍ଥାପନ କରିପାରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୫ ମସିହାରେ ଏହାର ରାଉଣ୍ଡ ଟେଷ୍ଟିଂ କରାଯିବ । ଇସ୍ରୋର ଅଧ୍ୟକ୍ଷ ସୋମନାଥ ଭାରତରେ ସ୍ପେସ୍‌ ଷ୍ଟେସନ୍‌ ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।

ଗୁରୁବାରରେ ଫରିଦାବାଦରେ ଭାରତ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବରେ ଅଂଶଗ୍ରହଣ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ମଧ୍ୟରେ ଅନ୍ତରୀକ୍ଷ ଷ୍ଟେସନର ପ୍ରଥମ ପର୍ଯ୍ୟାୟର ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି । ୨୦୨୮ ମସିହା ମଧ୍ୟରେ ଏହାର ପ୍ରାଥମିକ ଗବଷଣାଗାର ମହାକାଶରେ ସ୍ଥାପିତ ହୋଇପାରିବ । ୨୦୩୫ ମସିହା ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବା ସହ ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories