ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ କୃଷକଙ୍କ ସ୍ୱର ହେବ ଏବଂ ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବ। ମହାରାଷ୍ଟ୍ରର ନାସିକରେ ଆୟୋଜିତ କୃଷକ ସମାବେଶକୁ ସମ୍ବୋଧିତ କରି ସେ କୃଷକମାନଙ୍କ ପାଇଁ ଋଣ ଛାଡ଼, ଫସଲ ବୀମା ଯୋଜନାର ପୁନର୍ଗଠନ, ଲାଭଦାୟକ ରପ୍ତାନି-ଆମଦାନୀ ନୀତି ପ୍ରଣୟନ ଏବଂ କୃଷିକୁ ଜିଏସଟିରୁ ଦୂରେଇ ରଖିବା ପାଇଁ ପ୍ରୟାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ରାଲିରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ମଧ୍ୟ ସାମିଲ ହୋଇଥିଲେ। କୃଷକମାନଙ୍କୁ ସମ୍ବୋଧିତ କରି ଶ୍ରୀ ପାୱାର କେନ୍ଦ୍ର ସରକାର କୃଷକ ଓ କୃଷି କ୍ଷେତ୍ରର ଦୁର୍ଦ୍ଦଶା ପ୍ରତି ଉଦାସୀନ ବୋଲି ଅଭିଯୋଗ କରିଥିଲେ।



