www.samajalive.in
Tuesday, December 9, 2025
16.1 C
Bhubaneswar

ଗୋଟିଏ ଦିନରେ ଏତେ ଟଙ୍କା ଆୟ କରନ୍ତି ଚର୍ଚ୍ଚିତ ଚା’ ବାଲା ଡଲି

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ କିଛି ଦିନ ହେବ ଚର୍ଚ୍ଚାରେ ଡଲି ଚା’ ବାଲା । ନିକଟରେ ବିଲ ଗେଟ୍ସଙ୍କୁ ଚା’ ପିଆଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ଡଲିଙ୍କ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସାହିତ ହୋଇପଡିଛନ୍ତି । ଡଲି ଚା’ ବିକି କେତେ ଟଙ୍କା ଆୟ କରୁଛନ୍ତି ସମସ୍ତେ ଜାଣିବାକୁ ଚାହୁଁଛନ୍ତି ।

ନିକଟରେ ଡଲି ଏକ ଲାମ୍ବ୍ରୋଗିନି କାର୍ ସହିତ ପୋଜ୍ ଦେଉଥିବା ନଜର ଆସୁଛନ୍ତି । ଏକ ଫ୍ଲାଇଟରେ ମଧ୍ୟ କେଉଁଆଡେ ଯିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଏ ସବୁ ଦେଖିବା ପରେ ତାଙ୍କ ଆୟ ସମ୍ପର୍କରେ ସମସ୍ତେ ଜାଣିବା ପାଇଁ ଆଗଭର ହେଉଛନ୍ତି ।

- Advertisement -

ତେବେ ଆଇଏମଡିବି ଷ୍ଟାର୍ଟ ପୋର୍ଟାଲ ଅନୁସାରେ ଡଲି ଚା’ ବିକି ଗୋଟିଏ ଦିନରେ ୨୫୦୦ ଟଙ୍କାରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ତାଙ୍କ ଗୋଟିଏ ଚା କପର ଦାମ୍ ୭ ଟଙ୍କା ଏବଂ ସେ ପ୍ରତିଦିନ ପ୍ରାୟ ୪୦୦ କପ୍ ଚା’ ବିକୁଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ୧୦ ଲକ୍ଷ ଟଙ୍କା । ସେ ଗତ ୧୬ ବର୍ଷ ହେବ ଚା’ ବିକୁଛନ୍ତି । ତାଙ୍କ ଚା ବିକିବା ନିଶା ଯୋଗୁଁ ସେ ଦଶମ ପରେ ପାଠ ପଢିବା ଛାଡିଦେଲେ । ତାଙ୍କ ପାଖକୁ ଅନେକ ବଡ ବଡ ଲୋକ ମଧ୍ୟ ଚା’  ପିଇବାକୁ ଆସନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories