ମମତା ବାନାର୍ଜୀ ଗୁରୁତର – ମୁଣ୍ଡରେ ଲାଗିଛି ଆଘାତ
କୋଲକତା- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ଏସ୍ଏସ୍କେଏମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟିଏମ୍ସି ପକ୍ଷରୁ ନିଜର ଟ୍ୱିଟର ବା ଏକ୍ସ ଆକାଉଣ୍ଟରେ ଏହାର ସୂଚନା ଦିଆଯାଇଛି ।
ଏହି ଫଟୋରେ ମମତାଙ୍କ କପାଳରୁ ରକ୍ତ ବାହାରୁଥିବା ଦେଖିବା ପାଇଁ ମିଳିଛି । ମମତା ତାଙ୍କ ଘରେ ଟ୍ରେଡିଂ ମିଲ୍ରେ ଚାଲୁଥିବା ବେଳେ ପଡିଯାଇଥିଲେ ବୋଲି କୁହାଯାଉଛି । ମାତ୍ର ଏ ବିଷୟରେ ଟିଏମ୍ସି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ଚଳିତ ବର୍ଷ ଜାନୁଆରୀରେ ମମତା ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ସେ କୋଲକାତ ଫେରୁଥିବା ବେଳେ ପ୍ରବଳ ବର୍ଷା ଏବଂ କୁହୁଡି ଯୋଗୁଁ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇ
Comments are closed.