www.samajalive.in
Saturday, December 13, 2025
21.1 C
Bhubaneswar

ଚଳନ୍ତା ଟ୍ରେନରେ ସିଟ୍ ପାଇଁ ଝଗଡା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଆଜିକାଲି କୌଣସି ବି ଘଟଣା ମାତ୍ର କିଛି ସମୟରେ ଭାଇରାଲ ହୋଇଯାଉଛି । ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଟ୍ରେନରେ ଜଣେ ବ୍ୟକ୍ତିଙ୍କ କଲର ଧରି ତାଙ୍କୁ ଥାପଡ ମାରୁଥିବା ନଜର ଆସୁଛି । ଟ୍ରେନରେ ସିଟକୁ ନେଇ ଝଗଡା ହେବା ପରେ ମହିଳାଜଣକ ବ୍ୟକ୍ତିଙ୍କୁ ମାଡ ମାରିବା ଭଳି ଘଟଣା ଦେଖିବାକୁ ମିଳିଛି ।

- Advertisement -

ଭାଇରାଲ ଭିଡିଓଟି ଦେହରାଦୁନ-ଗୋରଖପୁର ଏକ୍ସପ୍ରେସର ବୋଲି କୁହାଯାଉଛି । ଯାତ୍ରା ସମୟରେ ଯାତ୍ରୀଙ୍କ ମଧ୍ୟରେ ସିଟକୁ ନେଇ ଝଗଡା ହୋଇଥିଲା । ଏହା ପରେ ଜଣେ ମହିଳା ଜଣେ ବ୍ୟକ୍ତିଙ୍କ ସାର୍ଟ କଲର ଧରି ଥାପଡ ମାରିବାକୁ ଲାଗିଲେ । ବ୍ୟକ୍ତି ଜଣକ କହୁଛନ୍ତି କି ତାଙ୍କ ସିଟ୍ କନଫର୍ମ ଅଛି କିନ୍ତୁ ମହିଳା ଜଣକ କିଛି ଶୁଣୁନାହାଁନ୍ତି । ଏହି ଘଟଣାଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଟ୍ରେନରେ ଯାତ୍ରା କରୁଥିବା କେହି ଯାତ୍ରୀ ଏହି ଦୃଶ୍ୟକୁ ଉତ୍ତୋଳନ କରି ସେୟାର କରିଛନ୍ତି । ଏହାକୁ ଏପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ପ୍ରାୟ ୩ ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories