www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତର ବିଜୟପଥରେ ବର୍ଷା ବାଧକ ହେଲା

ପୋର୍ଟ ଅଫ୍‌ ସ୍ପେନ୍‌ : ଦିନକ ତଳେ ବର୍ଷା ଯୋଗୁଁ ଇଂଲଣ୍ଡ ଆସେସ୍ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିବା ବେଳେ ସୋମବାର ଭାରତ କ୍ଷେତ୍ରରେ ମଧ୍ୟ ସମାନ ଘଟିଛି। ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ୟ ଟେଷ୍ଟମ୍ୟାଚ୍‌ରେ ବିଜୟ ଦ୍ବାରରେ ଥବା ଭାରତକୁ ନିରାଶ କରିଛି କ୍ରମାଗତ ବର୍ଷା। ସୋମବାର ୫ମ ତଥା ଅନ୍ତିମ ଦିନ ଆରମ୍ଭରୁ ବର୍ଷା ଲାଗି ରହିଥିଲା। ୫ ଘଣ୍ଟା ଧରି ଖେଳାଳି ଅପେକ୍ଷା କରିଥିଲେ ହେଁ ବର୍ଷା ବନ୍ଦ ହୋଇନଥିଲା। ଭାରତୀୟ ସମୟ ରାତି ୧୨.୩୦ରେ ଅମ୍ପାୟାର ୫ମ ଦିନର ଖେଳକୁ ବାତିଲ ଘୋଷଣାକରି ମ୍ୟାଚ୍‌ର ଅନ୍ତଃ ଘଟାଇଥିଲେ। ଫଳରେ ମ୍ୟାଚ୍‌ ଡ୍ର ରହିଛି। ଭାରତ ୨ ମ୍ୟାଚ୍‌ର ଶୃଙ୍ଖଳାକୁ ୧-୦ରେ ଜିତିନେଇଛି।
୨ୟ ଇନିଂସରେ ୩୬୫ ରନ୍‌ର ପିଛା କରିଥିବା ୱେଷ୍ଟଇଣ୍ଡିଜ୍‌ ଦଳ ୪ର୍ଥ ଦିନ ଶେଷରେ ୱେଷ୍ଟଇଣ୍ଡିଜ୍‌ ୨ ୱିକେଟରେ ୭୬ ରନ୍‌ କରିଥିଲା। ୫ମ ତଥା ଅନ୍ତିମ ଦିନରେ ଆଉ ୨୮୯ ରନ୍‌ କରିବା ୱେଷ୍ଟଇଣ୍ଡିଜ୍‌ ପାଇଁ ଅସମ୍ଭବ ଥିଲା। ହେଲେ ୮ଟି ୱିକେଟ ନେଇ ଶୃଙ୍ଖଳା ପୋଛିବା ଭାରତର ହାତ ପାହାନ୍ତାରେ ଥିଲା। ହେଲେ ବର୍ଷା ଭାରତକୁ ଏଥିରୁ ବଞ୍ଚିତ କରିଛି। ୨ୟ ଇନିଂସରେ ୱେଷ୍ଟଇଣ୍ଡିଜ୍‌ ଓପ୍‌ନିଂ ଯୋଡ଼ିରେ ୩୮ ରନ୍‌ କରିଥିଲା। ହେଲେ ରବିଚନ୍ଦ୍ରନ୍ ଅଶ୍ବିନ ଅଳ୍ପ ବ୍ୟବଧାନରେ ୨ଟି ୱିକେଟ ନେଇ ଘରୋଇ ଦଳକୁ ଚାପରେ ପକାଇଥିଲେ। ଅଧିନାୟକ କ୍ରେଗ୍ ବ୍ରାଥ୍‌ୱେଟ୍‌ ୫ଟି ଚୌକା ସହ ୨୮ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ କର୍କ ମ୍ୟାକେଞ୍ଜି ବିନା ସ୍କୋର୍‌ରେ ଆଉଟ୍‌ ହୋଇ ଯାଇଥିଲେ। ଓପ୍‌ନର ତ୍ୟାଗନାରାୟଣ ଚନ୍ଦ୍ରପଲ ୨୪ ଓ ଜର୍ମେନ୍ ବ୍ଲାକ୍‌ଉଡ୍‌ ୨୦ ରନ୍‌କରି କ୍ରିଜ୍‌ରେ ଥିଲେ। ମହମ୍ମଦ ସିରାଜ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଆସନ୍ତା ଗୁରୁବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳାଯିବ। ଏହି ୩ଟିଯାକ ମ୍ୟାଚ୍‌ ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭହେବ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories