www.samajalive.in
Sunday, December 14, 2025
19.1 C
Bhubaneswar

ଚୀନ୍‌କୁ ଚେତାବନୀ, ଭାରତ ନେବ ଆକ୍ରମଣାତ୍ମକ ପଦକ୍ଷେପ

ନୂଆଦିଲ୍ଲୀ: କ୍ରମାଗତ ଭାବେ ପଡୋଶୀ ଚୀନ୍‌ ତା’ର ବିସ୍ତାରବାଦୀ ନୀତି ଜାରି ରଖିଥିବାବେଳେ ବେଳେବେଳେ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଛି। ନିକଟରେ ଅରୁଣାଚଳ ପ୍ରଦେଶରେ ଗାଁ ବସାଇବା ଘଟଣା ଚର୍ଚ୍ଚା ହେବା ପରେ ଭାରତ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଗଲୱାନ୍‌ ଘାଟି ଆକ୍ରମଣ ଘଟଣା ପରଠାରୁ ଭାରତ-ଚୀନ ସୀମା ଉତ୍ତେଜନା ଲାଗି ରହିଥିବବେଳେ ଭାରତୀୟ ବାୟୁସେନା ମୁଖ୍ୟ ଶନିବାର ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ବୟାନ। ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଯଦି ଚୀନ୍ ସେନା ଆକ୍ରମଣାତ୍ମକ ହେବ, ତେବେ ଭାରତ ବି ଏହାର ମୁହଁତୋଡ଼ ଜବାବ ଦେବ ବୋଲି ଚରମବାଣୀ ଶୁଣାଇଛନ୍ତି। ଚୀନ୍ ସେନାକୁ ସାମ୍ନା କରିବାକୁ ଭାରତ ବି ଆକ୍ରମଣାତ୍ମକ ପଦକ୍ଷେପ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ରାଜସ୍ଥାନର ଯୋଧପୁରରେ ଆୟୋଜିତ ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ ଡେଜର୍ଟ ନାଇଟ୍-୨୧ରେ ଯୋଗଦେଇ ଏୟାର ଚିଫ୍ ମାର୍ଶଲ କହିଛନ୍ତି ଯେ, ଡିଆରଡିଓ ସହ ମିଶି ଭାରତ ୫ମ ପିଢିର ଲଢୁଆ ଜେଟ୍‌ ବିମାନ ନିର୍ମାଣ କରୁଛି। ଏଥିରେ ୬ଷ୍ଠ ପିଢିର ଯୁଦ୍ଧାସ୍ତ୍ର ଓ ଜ୍ଞାନ କୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱ ବାୟୁସେନା ମୁଖ୍ୟ ଦେଇଛନ୍ତି।

- Advertisement -

ସେପଟେ ଭାରତ-ଚୀନ୍ ସୀମା ବିବାଦ ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆସନ୍ତାକାଲି ନବମ କମାଣ୍ଡର ସ୍ତରୀୟ ବେଠକ ଅନୁଷ୍ଠିତ ହେବ। ଏଲଏସିର ମଲ୍ଡୋରେ ଏହି ବୈଠକ ବସିବ। ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦ୍‌ରେ ଅଟଳ ଥିବାରୁ ପୂର୍ବରୁ ସମସ୍ତ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ। ଶେଷଥର ପାଇଁ ନଭେମ୍ବର ୬ରେ ଉଭୟ ଦେଶ ମଧ୍ୟରେ ଲଦାଖର ଚୁଶୁଲ ଠାରେ କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଦୀର୍ଘ ୬ ମାସ ହେଲାଣି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏଥିପାଇଁ ସୀମାର ଉଭୟ ପାର୍ଶ୍ୱରେ ଦୁଇ ଦେଶ ପକ୍ଷରୁ ହଜାର ହଜାର ସୈନ୍ୟ ମୁତୟନ କରାଯାଇଛି।

ସ୍ଥଳସେନା ଦିବସ ପରେଡ୍‌ରେ ସମ୍ବୋଧିତ କରି ଚୀନ୍‌କୁ ଖୋଲାଖୋଲି ଚେତାବନୀ ଦେଇଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ। ସେ କହିଥିଲେ ଯେ ଆମ ଧୈର୍ୟ୍ୟର ପରୀକ୍ଷା ନିଅନାହିଁ। ଗଲୱାନ ଘାଟିର ବାହାଦୁରଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ଜେନେରାଲ୍ ନରୱାଣେ। ଏଥିସହ ଏଲ୍ଓସି ସେପଟେ ୩୦୦ରୁ ୪୦୦ ଆତଙ୍କୀ ଅନୁପ୍ରବେଶ ଅପେକ୍ଷାରେ ଥିବା ସେ ଚେତାଇ ଦେଇଛନ୍ତି। ଗତ ବର୍ଷ ଜୁନରେ ଭାରତ-ଚୀନ ମଧ୍ୟରେ ବିବାଦ ପରେ ସୀମାରେ ସୁରକ୍ଷାକର୍ମୀ ମୁତୟନକୁ କଡାକଡି କରାଯାଇଛି।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories