ପୋର୍ଟ ଅଫ ସ୍ପେନ୍ : ଏଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୩ୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ ଖେଳାଯାଉଥିବାବେଳେ ବର୍ଷା ବାଧକ ସାଜିଛି । ବର୍ଷା ବାଧକ ସାଝିବା ବେଳକୁ ୱେଷ୍ଟଇଣ୍ଡିଜ୍ ୨ୱିକେଟ ହରାଇ ୧୫୮ରନ ସଂଗ୍ରହ କରିଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦୁଇ ଓପନର କ୍ରିସ୍ ଗେଲ ଓ ଏଭିନ୍ ଲୁଇସ୍ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ। ପୂର୍ବ ଦୁଇଟି ମ୍ୟାଚରେ ସ୍ୱଭାବିକ ପ୍ରଦର୍ଶନ କରିପାରିନଥିବା ଗେଲ୍ ତାଙ୍କର ଶେଷ ଦିନିକିଆରେ ମାତ୍ର ୩୦ ବଲରେ ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇଛନ୍ତି। ଆଜିର ମ୍ୟାଚରେ ଗେଲ ୪୧ ବଲରୁ ୭୨ ରନର ବିସ୍ପୋରକ ଇନିଂସ ଖେଳି ଖଲିଲ ଅହମ୍ମଦଙ୍କ ବଲରେ ଭାରତର ଅଧିନାୟକ ବିରାଟଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇ ପ୍ୟାଭିଲିୟନରୁ ଫେରିଥିଲେ। ଗେଲଙ୍କ ଏହି ୭୨ ରନରେ ୮ ଟି ଚୌକା ଏବଂ ୫ଟି ଛକା ସାମିଲ ରହିଛି। ଏଭିନ୍ ଲୁଇସ୍ ୨୯ ବଲରେ ୪୩ ରନର କରି ଚହଲଙ୍କ ବଲରେ ଶିଖର ଧାୱନଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ ୨୨ ଓଭର ସୁଦ୍ଧା ଦୁଇ ୱିକେଟ ହରାଇ ୧୫୮ ରନ୍ କରିଛି। ସାଇ ହୋପ୍ ୪୦ ବଲ୍ରୁ ୧ଟି ଚୌକା ସହାୟତରା ୧୯ରନ୍ ଏବଂ ହେଟମେୟାର ୨୩ ବଲ୍ରୁ ୧୮ ରନ୍କରି କ୍ରିଜ୍ରେ ଅଛନ୍ତି।
ଭାରତ-ୱେଷ୍ଟଇଣ୍ଡିଜ ୩ୟ ଦିନିକିଆରେ ବର୍ଷା ବାଧକ, ୨୨ ଓଭର ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୧୫୮-୨
Popular Categories



