www.samajalive.in
Monday, December 15, 2025
26.1 C
Bhubaneswar

ସାଙ୍କେତିକ ଭାଷାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ପ୍ରସାରଣ କରିବେ ଘରୋଇ ଟିଭି ଚ୍ୟାନେଲ

ନୂଆଦିଲ୍ଲୀ :  ଦୂରଦର୍ଶନ ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଉଦବୋଧନ ଏବଂ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଦିବ୍ୟାଙ୍ଗ ଜନଙ୍କ ବୁଝିବା ଭଳି ସାଙ୍କେତିକ ଭାଷାରେ ପ୍ରସାରିତ କରିଆସୁଛି । ଚଳିତ ବର୍ଷ ମଧ୍ୟ, ରାଷ୍ଟ୍ରପତିଙ୍କ ସମ୍ବୋଧନ ଏବଂ ଲାଲକିଲ୍ଲାରେ ଆୟୋଜିତ ସମାରୋହର ସିଧା ପ୍ରସାରଣ ଡିଡି ଭାରତୀ ଚ୍ୟାନେଲରେ ସାଂକେତିକ ଭାଷାରେ କରାଯିବ।
ତେବେ ଚଳିତ ସ୍ୱାଧୀନତା ଦିବସରେ ଦିବ୍ୟାଙ୍ଗ ଅଧିକାର ଆଇନର କାର୍ଯ୍ୟାନ୍ୱୟନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ପାଇଁ ବୁଝିହେବା ଭଳି ମାନର କାର୍ଯ୍ୟକ୍ରମ ପ୍ରସାରଣ କରିବାର ନିୟମ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଲାଗୁ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି।
ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ଟିଭି ନ୍ୟୁଜ ଚ୍ୟାନେଲଗୁଡ଼ିକୁ କୁହାଯାଇଛି ଯେ ସେମାନେ ୧୫ ଅଗଷ୍ଟ ଅପରାହ୍ଣ/ସନ୍ଧ୍ୟାରେ ସ୍ୱାଧୀନତା ଦିବସ ସମାରୋହ ସମ୍ପର୍କରେ ଏକ କ୍ଷୁଦ୍ର ଅବଧିର କାର୍ଯ୍ୟକ୍ରମ ସାଂକେତିକ ଭାଷାରେ ପ୍ରସାରଣ କରିବେ। ଚ୍ୟାନେଲଗୁଡ଼ିକୁ କୁହାଯାଇଛି ଯେ ସେମାନେ ସାଂକେତିକ ଭାଷାରେ ନିଜସ୍ୱ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବେ କିମ୍ବା ସେମାନେ ଚାହିଁଲେ ଡିଡି ନ୍ୟୁଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବୁଲେଟିନକୁ ନିଃଶୁଳ୍କ ପ୍ରସାରଣ କରିପାରିବେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖରେ ଆଇଆଇସି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଦିବ୍ୟାଙ୍ଗଜନଙ୍କ ବୁଝିହେବା ଭଳି ଟିଭି କାର୍ଯ୍ୟକ୍ରମ ପ୍ରସାରଣରେ ଅଗ୍ରଣୀ ଭୂମିକା ନିର୍ବାହ ଲାଗି ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories