www.samajalive.in
Saturday, December 13, 2025
14.1 C
Bhubaneswar

ଏସଓଜି ମାଓବାଦୀ ମୁହାଁମୁହିଁ

ଭବାନୀପାଟଣା: ସ୍ୱାଧୀନତା ଦିବସ ଅବସରରେ ମାଓବାଦୀମାନେ କୌଣସି ଅଘଟଣ ଘଟାଇବା ଆଶଙ୍କା ଥିବାରୁ ବୁଧବାର ସନ୍ଧ୍ୟାରେ ଲାଞ୍ଜିଗଡ ବ୍ଲକ ଅଧିନରେ ଥିବା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡୁରୀ ପଞ୍ଚାୟତର ଗଣ୍ଡି ରିଜର୍ଭ ଜଙ୍ଗଲରେ କୁମିଂ ଅପରେସନ କରୁଥିଲେ ଏସଓଜି ଯବାନ। ଏହି ସମୟରେ ମାଓବାଦୀଙ୍କ ସହିତ ଯବାନମାନଙ୍କର ମୁହାଁମୁହିଁ ହୋଇଥିଲା ।ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଦୀର୍ଘ ସମୟ ଧରି ଏସଓଜି ଯବାନ୍ ଗୁଳି କୁ ସମ୍ନା କରିନପାରି ମାଓବାଦୀମାନେ ଜଙ୍ଗଲର ମଧ୍ୟରେ ଛତ୍ରଭଙ୍ଗ ଦେଇଥିଲେ। ଏସ୍ଓଜି ଯବାନ ମାନେ ଜଙ୍ଗଲକୁ ଘେରାଉ କରି ସର୍ଚ୍ଚ ଅପରେସନ ସମୟରେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ । ଏସ୍ଓଜି ଯବାନ ଙ୍କ ଗୁଳିରେ ଏକାଧିକ ମାଓବାଦୀ ଆହତ ହୋଇଥିବା ପୋଲିସ ସନ୍ଦେହ କରୁଛି ।ଉକ୍ତ ମାଓ କ୍ୟାମ୍ପ ରୁ ଗୋଟିଏ ଟିଫିନ ବୋମା, ଗିଲିଟନ ଷ୍ଟିକ୍, ଡିଟେନୋଟେର ଆଦି ସମେତ ବହୁ ପରିମାଣର ମାଓ ବ୍ୟବହୃତ ସାମଗ୍ରି ଜବତ କରାଯାଇଛି ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories