www.samajalive.in
Saturday, December 13, 2025
23.1 C
Bhubaneswar

ଭାରତ ୨୯୭ ରନ୍ ପରେ ୱେଷ୍ଟଇଣ୍ଡିଜ୍‌ର ସଂଘର୍ଷ

ନର୍ଥ ସାଉଣ୍ଡ୍ : ଘରୋଇ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ପରେ ୨ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଭାବେ ରବୀନ୍ଦ୍ର ଜାଡ଼େଜା ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ ଶୁକ୍ରବାର ୨ୟ ଦିନରେ ଭାରତ ପ୍ରଥମ ଇନିଂସରେ ୨୯୭ ରନ୍‌କରି ଅଲ୍ଆଉଟ ହୋଇଯାଇଛି। କିମାର ରୋଚ୍ ଓ ସାନନ୍ ଗାବ୍ରିଏଲ୍‌ ବୋଲିଂ ସଫଳତା ହାସଲ କରିଥିଲେ ହେଁ ଭାରତ ଏହି ଲଢ଼ୁଆ ସ୍କୋର୍ କରିପାରିଛି। ପରେ ଭାରତୀୟ ବୋଲର ନିୟମିତ ୱିକେଟ ନେଇ ପାରିଛନ୍ତି। ସର୍ବଶେଷ ସମ୍ବାଦ ମିଳିବା ବେଳକୁ ୱେଷ୍ଟଇଣ୍ଡିଜ୍ ଶୁକ୍ରବାର ୨ୟ ଦିନର ଚା’ପାନ ବିରତି ସୁଦ୍ଧା ପ୍ରଥମ ଇନିଂସରେ ୩ ୱିକେଟ ହରାଇ ୮୮ ରନ୍ କରିପାରିଛି। ଫଳରେ ଆଉ ୭ ୱିକେଟ ବାକିଥାଇ ୱେଷ୍ଟଇଣ୍ଡିଜ୍ ଏବେ ୨୦୯ ରନ୍ ପଛରେ ରହିଛି।

ୱେଷ୍ଟଇଣ୍ଡିଜ୍ ଶୁକ୍ରବାର ପ୍ରଥମ ଇନିଂସ ଆରମ୍ଭ କରିବା ପରେ ଏହାର ଦୁଇ ଓପ୍‌ନର ୮ ଓଭରରେ ୩୬ ରନ୍ ଯୋଡ଼ିଥିଲେ। ଜନ୍ କ୍ୟାମ୍ପ୍‌ବେଲ୍‌ ୩୦ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌ କରିବା ପରେ ମହମ୍ମଦ ସାମି ତାଙ୍କ ପ୍ରଥମ ଓଭରରେ ତାଙ୍କୁ ଆଉଟ କରି ଦେଇଥିଲେ। ପରେ ଅନ୍ୟ ଓପ୍‌ନର କ୍ରେଗ୍ ବ୍ରାଥ୍‌ୱେଟ୍‌ ଧୈର୍ଯ୍ୟପୂର୍ଣ୍ଣ ୧୪ ରନ୍ କରିି ଈଶାନ୍ତ ଶର୍ମାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିଥିବା ସମାରା ବ୍ରୁକ୍‌ସ ଘଣ୍ଟାଏ କାଳ ବ୍ୟାଟିଂକରି ମାତ୍ର ୧୧ ରନ୍‌କରି ଆଉଟ ହୋଇଥିଲେ। ଅଭିଜ୍ଞ ଡ୍ୟାରେନ୍ ବ୍ରାଭୋ ୧୬ ଓ ରୋଷ୍ଟନ୍ ଚେଜ୍ ୧୬ ରନ୍‌କରି କ୍ରିଜ୍‌ରେ ରହିଛନ୍ତି।
ପ୍ରଥମଦିନ ଶେଷରେ ଭାରତ ୬ ୱିକେଟ ହରାଇ ୨୦୩ ରନ୍ କରିଥିଲା। ୨ୟ ଦିନରେ ଭାରତ ଶେଷ ୪ଟି ୱିକେଟ ହରାଇ ଆଉ ୯୪ ରନ୍ ଯୋଗ କରିଥିଲା। ପ୍ରଥମଦିନ ଅଜିଙ୍କ୍ୟ ରାହାଣେ ୮୧ ଓ ହନୁମା ବିହାରୀ ୩୨ ରନ୍ କରିଥିଲେ। ବାମହାତି ଋଷଭ ପନ୍ତ୍ ଭଲ ବ୍ୟାଟିଂ କରୁଥିଲେ ହେଁ ୪ଟି ଚୌକା ସହ ୨୪ ରନ୍‌କରି ବିଦାୟ ନେଇଥିଲେ। ୨୦୭ ରନ୍‌ରେ ୭ଟି ୱିକେଟ ପଡ଼ିଯିବା ପରେ ରବୀନ୍ଦ୍ର ଜାଡ଼େଜା ଓ ଈଶାନ୍ତ ଶର୍ମାଙ୍କ ମଧ୍ୟରେ ୬୦ ରନ୍‌ର ଲଢ଼ୁଆ ଭାଗିଦାରୀ ହୋଇଥିଲା। ଈଶାନ୍ତ ଧୈର୍ଯ୍ୟର ସହ ଖେଳି ୬୨ ବଲ୍‌ରୁ ୧୯ ରନ୍ କରିଥିଲେ। ଜାଡ଼େଜା ୧୧୨ ବଲ୍‌ ଖେଳି ଗୋଟିଏ ଛକା ଓ ୬ଟି ଚୌକା ସହ ୫୮ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍‌ ଫାଷ୍ଟବୋଲର କିମାର ରୋଚ୍ ୪ଟି ଏବଂ ସାନନ୍ ଗାବ୍ରିଏଲ୍‌ ୩ଟି ଓ ଅଫ୍‌ସ୍ପିନର ରୋଷ୍ଟନ୍ ଚେଜ୍ ୨ଟି ୱିକେଟ ନେଇଥିଲେ। ରାହାଣେ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଅର୍ଦ୍ଧଶତକ ସହ କେ.ଏଲ୍‌. ରାହୁଲ ୪୪ ରନ୍‌ କରିଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories