www.samajalive.in
Friday, December 12, 2025
14.1 C
Bhubaneswar

ପୁରୁଷ ହକି: ସ୍ପେନ୍‌କୁ ୬-୧ରେ ହରାଇଲା ଭାରତ

ଆଣ୍ଟୱେର୍ପ: ବେଲ୍‌ଜିୟମ୍‌ ଗସ୍ତରେ କ୍ରମାଗତ ୨ୟ ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ଶନିବାର ଆକ୍ରମଣାତ୍ମକ ହକି ଖେଳି ସ୍ପେନ୍ ଦଳକୁ ୬-୧ ଗୋଲ୍‌ରେ ଭାରତ ପରାସ୍ତ କରିଛି। ବିଶ୍ବର ୮ନଂ ଦଳ ସ୍ପେନ୍ ବିପକ୍ଷରେ ଭାରତର ଏହି ସହଜ ବିଜୟ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ୍ ପାଇଁ ଦଳକୁ ନିଶ୍ଚୟ ଆତ୍ମବିଶ୍ବାସ ଦେବ।

ପ୍ରଥମ ମ୍ୟାଚ୍‌ରେ ବିଶ୍ବ ଚମ୍ପିଆନ୍ ବେଲ୍‌ଜିୟମ୍‌କୁ ପରାସ୍ତ କରିଥିବା ଭାରତୀୟ ଦଳ ଶନିବାର ଅଧିକ ଉତ୍ସାହର ସହ ମ୍ୟାଚ୍‌ରେ ଓହ୍ଲାଇଥିଲା। ଫଳରେ ସ୍ପେନ୍‌ର ରକ୍ଷାପନ୍ଥୀ ମ୍ୟାଚ୍ ଆରମ୍ଭରୁ ଚାପରେ ପଡ଼ି ଯାଇଥିଲା। ତଥାପି ୨୪ ମିନିଟ ପର୍ୟ୍ୟନ୍ତ ସ୍ପେନ୍‌ ଗୋଲ୍‌ ବରଣ କରିନଥିଲା। ୨୪ ମିନିଟରେ ଅଧିନାୟକ ମନପ୍ରୀତ ସିଂହ ଗୋଲ୍‌ଦେଇ ଭାରତକୁ ଆଗୁଆ କରିଥିଲେ। ୪ ମିିନିଟ ପରେ ଭାରତ ୨ୟ ଗୋଲ୍‌ ସ୍କୋର୍ କରିଥିଲା। ପେନାଲ୍‌ଟି କର୍ଣ୍ଣରରୁ ହରମନପ୍ରୀତ ସିଂହ ଏହି ଗୋଲ୍‌ ଦେଇଥିଲେ। ତେବେ ମଧ୍ୟାନ୍ତର ପୂର୍ବରୁ ସ୍ପେନ୍ ଗୋଟିଏ ଗୋଲ୍‌ ସୁଝାଇ ପାରିଥିଲା। ମଧ୍ୟାନ୍ତର ସୁଦ୍ଧା ଭାରତ ୨-୧ ଗୋଲ୍‌ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଭାରତ ଆକ୍ରମଣ କରିଥିଲା। ୩୨ ମିନିଟରେ ପେନାଲ୍‌ଟି କର୍ଣ୍ଣରରୁ ହରମନପ୍ରୀତ ସିଂହ ବ୍ୟକ୍ତିଗତ ୨ୟ ଏବଂ ଦଳ ପାଇଁ ୩ୟ ଗୋଲ୍‌ ଦେଇଥିଲେ। ୩୯ ମିନିଟରେ ଭାରତୀୟ ମିଡ୍‌ଫିଲ୍‌ଡର ନୀଳକାନ୍ତ ଶର୍ମା ୩୯ ମିନିଟରେ ୪ର୍ଥ ଗୋଲ୍‌ ଦେଇଥିଲେ। ଅନ୍ତିମ କ୍ବାର୍ଟରରେ ବିଶ୍ବର ୫ନଂ ଦଳ ଭାରତ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ୫୬ ମିନିଟରେ ମନଦୀପ ସିଂହ ଭାରତ ପାଇଁ ୫ମ ଗୋଲ୍‌ ଦେଇଥିଲେ। ୫୯ ମିନିଟରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ରୁପିନ୍ଦରପାଲ ସିଂହ ଗୋଲ୍‌ ସ୍କୋର୍ କରିଥିଲେ। ୨୯ରେ ସ୍ପେନ୍ ବିପକ୍ଷରେ ଭାରତ ୨ୟ ମ୍ୟାଚ୍ ଖେଳିବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories