www.samajalive.in
Friday, December 12, 2025
14.1 C
Bhubaneswar

କ୍ଲୁଜନର୍‌ ଆଫଗାନିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ

କାବୁଲ: ଆଫଗାନିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍‌ସ କ୍ଲୁଜନର୍‌ଙ୍କୁ ନିଯୁକ୍ତ କରାଯାଇଛି। ଇଂଲଣ୍ଡରେ ଖେଳାଯାଇଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ଆଫଗାନିସ୍ତାନ ଦଳ ଶେଷ ସ୍ଥାନରେ ରହିଥିଲା। ଆଫଗାନିସ୍ତାନର ତତ୍‌କାଳୀନ ପ୍ରଶିକ୍ଷକ ଫିଲ୍‌ ସିମନ୍‌ସଙ୍କ ସ୍ଥାନରେ କ୍ଲୁଜନର୍‌ଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିବା ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଆଫଗାନିସ୍ତାନ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇବା ପରେ ନିଜ ପ୍ରତିକ୍ରିୟାରେ କ୍ଲୁଜନର୍‌ କହିଛନ୍ତି, ଏହା ତାଙ୍କ ନିମନ୍ତେ ଗୌରବର ବିଷୟ। ଆଫଗାନିସ୍ତାନ ଦଳରେ ବହୁ ପ୍ରତିଭାବାନ୍‌ ଖେଳାଳି ଥିବାରୁ ସେମାନଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ବେଶ୍ ଖୁସି ଅଛନ୍ତି। ଭୟଶୂନ୍ୟ କ୍ରିକେଟ୍‌ ଖେଳିବା ପାଇଁ ଖ୍ୟାତି ଅର୍ଜନ କରିଥିବା ଆଫଗାନିସ୍ତାନ ଦଳକୁ ଆଗାମୀ ଦିନରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦଳ ଭାବେ ପରିଚିତ କରାଇବାକୁ ଉଦ୍ୟମ କରିବେ ବୋଲି କ୍ଲୁଜନର୍‌ କହିଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଲୁତଫୁଲ୍ଲା ଷ୍ଟାନିକଜାଇ କହିଛନ୍ତି କ୍ଲୁଜନରଙ୍କ ନିକଟରେ ବହୁତ ଅଭିଜ୍ଞତା ରହିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories