www.samajalive.in
Sunday, December 7, 2025
23.1 C
Bhubaneswar

ଦିନିକିଆ ମହିଳା କ୍ରିକେଟ୍‍ – ଦକ୍ଷିଣ ଆଫ୍ରିକାକୁ ୬ ରନରେ ହରାଇଲା ଭାରତ

ବଦୋଦରା: ବଦୋଦରାଠାରେ ଚାଲିଥିବା ମହିଳା କ୍ରିକେଟ୍‍ ପ୍ରତିଯୋଗିତାରେ ଭାରତ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୬ରନରେ ପରାସ୍ତ କରି ୩-୦ରେ ସିରିଜ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୫ଓଭର ୫ଟି ବଲରେ ୧୪୬ ରନ୍‍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା ୪୮ ଓଭରରେ ୧୪୦ ରନ୍‍ ସଂଗ୍ରହ କରି ସମସ୍ତ ୱିକେଟ୍‍ ହରାଇଥିଲା। ହରମନପ୍ରିତ କୌର ସର୍ବାଧିକ ୩୮ରନ୍‍ ସଂଗ୍ରହ କରିଥିଲା ବେଳେ ଶିଖା ପାଣ୍ଡେ ୩୫ରନ୍‍ ସଂଗ୍ରହ କରିଛନ୍ତି। ଏକତା ବିଷ୍ଟ ତିନୋଟି ୱିକେଟ୍‍ ଅକ୍ତିଆର କରିଥିଲାବେଳେ ଡି.ବି. ଶର୍ମା ଓ ଆର୍‍.ଏସ୍‍. ଗାଇକ୍ୱାଡ୍‍ ଦୁଇଟି ଲେଖାଏଁ ୱିକେଟ୍‍ ଅକ୍ତିଆର କରିଛନ୍ତି।

ଭାରତର ଏକତା ବିଷ୍ଟ ପ୍ଲେୟାର ଅଫ ଦ ମ୍ୟାଚ ଓ ଦକ୍ଷିଣ ଆଫ୍ରିକାର ମାରିଯାନ କାପ ପ୍ଲେୟାର ଅଫ ଦ ସିରିଜ ବିବେଚିତ ହୋଇଛନ୍ତି। ପୂର୍ବରୁ ୬ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୧ରେ ବିଜୟୀ ହୋଇଥିଲା ବେଳେ ବର୍ଷା ଲାଗି ଦୁଇଟି ମ୍ୟାଚ୍‍ ଖେଳାଯାଇ ପାରିନଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories