ତୃତୀୟ ଟି-ଟ୍ବେଣ୍ଟି ଜିତିଲା ଭାରତ: ହର୍ଷଲ ପଟେଲ ୪ଟି ଓ ଯୁଜବେନ୍ଦ୍ର ଚହଲ ୩ଟି ୱିକେଟ

ବିଶାଖାପାଟଣା :ତୃତୀୟ ଟି-ଟ୍ବେଣ୍ଟିକୁ ୪୮ରନରେ ଜିତିଲା ଭାରତ। ଦକ୍ଷିଣ ଆଫ୍ରିକାକୁ ୧୮୦ରନ୍‌ର ଟାର୍ଗେଟ ଦେଇଥିଲା ଭାରତ। ୧୯.୧ ଓଭରରେ ଦକ୍ଷିଣ ଆଫ୍ରିକା ୧୩୧ ରନ୍‌ରେ ଅଲଆଉଟ।
ବିଶାଖାପାଟଣାର ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟି ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ଭାରତ ପରାସ୍ତ କରିଛି। ଏହି ବିଜୟ ସହ ସିରିଜକୁ ୨-୧ ସ୍ତରକୁ ନେଇ ଆସିଛି ଭାରତ। ଏହି ସିରିଜ ଜିତିବାକୁ ହେଲେ ଭାରତକୁ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ୨ଟି ମ୍ୟାଚ ଜିତିବାକୁ ହେବ ।
ଆଜି ଭାରତ ପକ୍ଷରୁ ରଖାଯାଇଥିବା ୧୮୦ ରନର ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା ୧୩୧ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ରହିପାରିନଥିଲେ। ହେନରିକ କ୍ଲାସେନ ୨୯ ରନ କରିଥିବାବେଳେ ରେଜା ହେଣ୍ଡରିକ୍ସ ୨୩ରନ କରିଥିଲେ। ଭାରତ ପକ୍ଷରୁ ହର୍ଷଲ ପଟେଲ ୪ଟି ଓ ଯୁଜବେନ୍ଦ୍ର ଚହଲ ୩ଟି ୱିକେଟ ନେଇଥିଲେ ।

prayash

ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୯ ରନ କରିଥିଲା । ଭାରତର ଦୁଇ ଓପନର ଋତୁରାଜ ଗାଇକ୍ବାଡ ଓ ଇଶାନ କିଷନ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ମାତ୍ର ଦୁଇ ଓପନର ଆଉଟ ହେବା ପରେ ଟିମ ଇଣ୍ଡିଆର ମଧ୍ୟକ୍ରମ ଧିମା ପଡ଼ିଯାଇଥିଲା । ଶ୍ରେୟସ ଆୟର ୧୪ ରନ କରିଥିବାବେଳେ ଋଷଭ ପନ୍ତ ୬ ରନ ଓ ଦିନେଶ କାର୍ତ୍ତିକ ୬ ରନ କରି ଆଉଟ ହୋଇଥିଲେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲରୁ ୩୧ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ।

kalyan agarbati

Comments are closed.