www.samajalive.in
Wednesday, December 10, 2025
16.1 C
Bhubaneswar

ଦ୍ୱିତୀୟ ଟେଷ୍ଟ୍‌ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୪୨ରନରେ ଅଲ୍‌ଆଉଟ୍‌, ନ୍ୟୁଜିଲାଣ୍ଡ ୬୩-୦

କ୍ରାଇଷ୍ଟଚର୍ଚ୍ଚ : ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶନିବାର ଠାରୁ କ୍ରାଇଷ୍ଟଚର୍ଚ୍ଚର ହେଗଲେ ଓଭାଲ୍ ଷ୍ଟାଡିୟମରେ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୪୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିବା ବେଳେ ନ୍ୟୁଜିଲାଣ୍ଡ କୌଣସି ୱିକେଟ୍ ନ ହରାଇ ୬୩ ରନ୍‌ ସଂଗ୍ରହ କରିଛି। ଏବେ ମଧ୍ୟ ଟିମ୍ ଇଣ୍ଡିଆ ଘରୋଇ ଦଳ ଠାରୁ ୧୭୯ରନ୍ ଆଗରେ ରହିଛି।
ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମ୍‌ ଇଣ୍ଡିଆ ମାତ୍ର ୬୩ ଓଭର ଖେଳିପାରି ୨୪୨ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଓପନିଂ ଏବଂ ମିଡିଲ ଅର୍ଡର ଭୁଶୁଡ଼ି ପଡ଼ିବା କାରଣରୁ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ବଡ଼ ସ୍କୋର ଛିଡ଼ା କରିବାରେ ବିଫଳ ହୋଇଥିଲା ପୃଥ୍ବୀ ଶ, ହୁନମା ବିହାରୀ ଏବଂ ଚେତେଶ୍ଵର ପୂଜାରାଙ୍କ ଅର୍ଦ୍ଧଶତକ ପରେ ମଧ୍ୟ ଭାରତ ସମ୍ମାନଜନକ ସ୍କୋର କରିବାରେ ବିଫଳ ହୋଇଥିଲା। ତେବେ ଦଳ ମାତ୍ର ୨୪୨ ରନରେ ଅଲଆଉଟ୍‌ ହୋଇଯାଇଥିଲା।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories