କାନ୍ବେରା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଆରମ୍ଭ ହୋଇଛି। ଘରୋଇ ଦଳ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ସହିତ ଟିମ୍ ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୧୬୨ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାର ଯବାବରେ ଅଷ୍ଟ୍ରେଲିଆ ଦଳ ୧୫ଓଭର ଖେଳ ଶେଷ ସୁଦ୍ଧା ୧୧୩ରନ କରି ୪ଟି ୱିକେଟ ହରାଇଛି । ଦଳ ପାଇଁ ଜିତିବା ପାଇଁ ଆଉ ୩୦ ବଲରେ ୪୯ରନର ଆବଶ୍ୟକତା ରହିଛି ।
ସୂଚନା ଯୋଗ୍ୟ, ଦିନିକିଆ ସିରିଜରେ ଭାରତ ୧-୨ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚରେ ବିଜୟୀ ହୋଇଥିଲାବେଳେ ଭାରତ ଅନ୍ତିମ ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିଥିଲା।



