www.samajalive.in
Thursday, December 11, 2025
18.1 C
Bhubaneswar

ବୋଲେରୋ ଧକ୍କାରେ ଜଳିଗଲା ବାଇକ୍‌ : ବାପ-ପୁଅ ମୃତ, ମା’ ଓ ସାନ ପୁଅ ଗୁରୁତର

ବଲାଙ୍ଗିର : ବଲାଙ୍ଗିର- କଳାହାଣ୍ଡି ଜିଲା ସୀମାନ୍ତ ଗୁଡଭେଲା ବ୍ଲକର ଜମ୍ଭେଲ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ବୋଲେରୋ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ​‌ବେଳେ ମା’ ଓ ସାନ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଦୁର୍ଘଟଣା ପରେ ବାଇକ୍‌ଟି ଜଳିଯାଇଛି।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଅଢେଇଟା ସମୟରେ ଦଉଲଗୁଡି ପଟୁ ଆସୁଥିବା ଆର୍ ୧୭ସି ୬୭୬୭ ନମ୍ବର ବୋଲେରୋ( ଗୁଡଭେଲା କୋଭିଡ ଡ୍ୟୁଟିରେ ନିୟୋଜିତ) ଗାଡି ତୁଷୁରା ପଟୁ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା। ଆଉ ଧକ୍କା ଦେବା ମାତ୍ରେ ବାଇକରେ ନିଆଁ ଲାଗିଯାଇଥିଲା ।  ତେବେ ଘଟଣାସ୍ଥଳରେ ବାପା ଓ ତିନି ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବାବେଳେ ମା ଓ ବର୍ଷକର ପୁତ୍ର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ବୋଲେରୋରେ ଥିବା ଲୋକେ ଫେରାର ହୋଇଯାଇଥିଲେ। ତୁଷୁରା ଥାନା ଅଧିକାରୀ ଯଶବନ୍ତ ପ୍ରଧାନ ଓ ଅନ୍ୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଚଳାଚଳ ସ୍ବାଭାବିକ କରିଥିଲେ। ମୃତ ମାନକୁନୁ ରିଷିଡାର ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି। ତାଙ୍କ ମୃତ୍ୟୁରେ ରିଷିଡାରେ ଶୋକ ପ୍ରକାଶ ପାଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories