www.samajalive.in
Saturday, December 13, 2025
26.1 C
Bhubaneswar

ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ, ସ୍ୱାବଲମ୍ବୀ ହେଲେ ଦିବ୍ୟାଙ୍ଗ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦିବ୍ୟାଙ୍ଗମାନେ କିପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସର୍ବଦା ଯଥାସାଧ୍ୟ ପ୍ରୟାସ କରିଆସୁଛନ୍ତି। ଭୁବନେଶ୍ୱର ଉପକଣ୍ଠ ଭରତପୁରସ୍ଥିତ ଇଣ୍ଡିଆ ଚାରିଟେବଲ୍‍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଦିବ୍ୟାଙ୍ଗ ଅନୁଷ୍ଠାନକୁ ଶ୍ରୀ ସାମନ୍ତ କିସ୍‍ ଫାଉଣ୍ଡେସନ୍‍ ଜରିଆରେ ଦୀର୍ଘ ୫ବର୍ଷ ହେଲା ସମୟକୁ ସମୟ ସାହାଯ୍ୟ କରିଆସୁଛନ୍ତି। ଏଠାରେ ରହୁଥିବା ଦିବ୍ୟାଙ୍ଗ ଯୁବକଯୁବତୀମାନେ ସ୍ୱାବଲମ୍ବୀ ହେବା ନିମନ୍ତେ ଶ୍ରୀ ସାମନ୍ତଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିବାରୁ ସେମାନଙ୍କୁ ବିଭିନ୍ନ ସମୟରେ ଶ୍ରୀ ସାମନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି।

କରୋନା ମହାମାରୀ ସମୟରେ ଶ୍ରୀ ସାମନ୍ତ ସେମାନଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏଥିରେ ଦିବ୍ୟାଙ୍ଗ ଯୁବକଯୁବତୀମାନେ ସିଲେଇ ମେସିନ୍‍, ଧୂପକାଠି, ଫିନାଇଲ୍‍ ପ୍ରସ୍ତୁତ ମେସିନ୍‍ ଓ ଆବଶ୍ୟକ କଞ୍ଚାମାଲ୍‍ କିଣିଥିଲେ। ସେମାନେ ଏବେ ଫିନାଇଲ ଓ ଧୂପକାଠି ଆଦି ପ୍ରସ୍ତୁତ କରିବା ସହ ସେଗୁଡ଼ିକ ବଜାରରେ ବିକ୍ରିକରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଶୁକ୍ରବାର ଇଣ୍ଡିଆ ଚାରିଟେବଲ୍‍ ଟ୍ରଷ୍ଟର ଦିବ୍ୟାଙ୍ଗ ଯୁବକଯୁବତୀମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଶ୍ରୀ ସାମନ୍ତଙ୍କୁ ଦେଖାଇଥିଲେ। ଦିବ୍ୟାଙ୍ଗ ଯୁବକଯୁବତୀଙ୍କ ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରିବା ସହ ଆଗକୁ ସେମାନେ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାଦାୟୀ ହେବେ ବୋଲି ଶ୍ରୀ ସାମନ୍ତ ପ୍ରକଶ କରିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories