www.samajalive.in
Sunday, December 7, 2025
14.1 C
Bhubaneswar

କନିଷ୍ଠ ଏସିଆ କପ୍‌ ପୁରୁଷ ହକି : ଆଜି ଭାରତ-ପାକିସ୍ତାନ ଫାଇନାଲ

ସାଲାଲା (ଓମାନ୍‌) : କନିଷ୍ଠ ଏସିଆ କପ୍‌ ପୁରୁଷ ହକି-୨୦୨୩ ଫାଇନାଲରେ ଆଜି ଗତଥରର ଚାମ୍ପିୟନ ଭାରତ ତା’ର ଚିର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ଭେଟିବ ।

ଏହି ମ୍ୟାଚ୍‌‌ ଭାରତୀୟ ସମୟ ରାତି ୯ଟା ୩୦ ମିନିଟ୍‌‌ରେ ଆରମ୍ଭ ହେବ । ଉଭୟ ଭାରତ ଓ ପାକିସ୍ତାନ  କନିଷ୍ଠ ଏସିଆ କପ୍‌‌ ପୁରୁଷ ହକି ୨୦୨୩ରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍‌‌ ହାରି ନାହାନ୍ତି । ପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଲିଗ୍‌‌ ମ୍ୟାଚ୍‌‌ ୧-୧ରେ ଅମୀମାଂସୀତ ଥିଲା । ତେବେ ଭାରତ ଗୋଲ୍‌‌ ବ୍ୟବଧାନ ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଥିବାବେଳେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ’ ଚୀନ୍‌‌ ତାଇପେଇକୁ ୧୮-୦ ଓ ଜାପାନକୁ ୩-୧ ଗୋଲ୍‌‌ରେ ହରାଇ ଏହାର ବିଜୟ ଅଭିଯାନ ଆରମ୍ଭ କରିଥିଲା। ଭାରତ ଚୂଡାନ୍ତ ଗ୍ରୁପ୍‌‌ ମ୍ୟାଚ୍‌‌ରେ ଥାଇଲାଣ୍ଡକୁ ୧୭-୦ରେ ହରାଇଥିଲା । ସେମିଫାଇନାଲରେ ମଧ୍ୟ ଭାରତ ଦକ୍ଷିଣ କୋରିଆକୁ ୯-୧ ଗୋଲ୍‌‌ରେ ପରାସ୍ତ କରିଥିଲା ।

- Advertisement -

ବୁଧବାର ପ୍ରଥମ ସେମିଫାଇନାଲରେ ଏକତରଫା ବିଜୟ ହାସଲ କରିଥିବା ଭାରତ ପକ୍ଷରୁ ୧୩ ମିନିଟ୍‌ରେ ଓଡ଼ିଆ ଖେଳାଳି ସୁନିତ ଲାକ୍ରା ପ୍ରଥମ ଗୋଲ ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ୨ୟ କ୍ବାର୍ଟର ତଥା ୧୯ ମିନିଟ୍‌ରେ ଭାରତ ପକ୍ଷରୁ ଅରାଇଜିତ ସିଂହ ହୁଣ୍ଡାଲ ୨ୟ ଗୋଲ ଦେଇଥିଲେ । ପ୍ରଥମାର୍ଦ୍ଧରେ ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ୩୧ ମିନିଟ୍‌ରେ ଭାରତ ପକ୍ଷରୁ ବବି ସିଂହ ଧାମି ୩ୟ, ୩୪ ମିନିଟ୍‌ରେ ଅଙ୍ଗଦବୀର ସିଂହ ୪ର୍ଥ, ୩୮ ମିନିଟ୍‌ରେ ଅଧିନାୟକ ଉତ୍ତମ ସିଂହ ୫ମ ଓ ୩୯ ମିନିଟ୍‌ରେ ବବି ସିଂହ ଧାମି ୬ଷ୍ଠ ଗୋଲ୍‌ ଦେଇଥିଲେ । ୪୬ ମିନିଟ୍‌ରେ କୋରିଆ ପକ୍ଷରୁ ହାୱାଙ୍ଗ ଗୋଟିଏ ଗୋଲ ପରିଶୋଧ କରି ମ୍ୟାଚକୁ ୧-୬ ସ୍ତରକୁ ଆଣିଥିଲେ। ୫୧ ମିନିଟ୍‌ରେ ଭାରତ ପକ୍ଷରୁ ବିଷ୍ଣୁକାନ୍ତ ସିଂହ ୭ମ, ୫୫ ମିନିଟ୍‌ରେ ଧାମି ବବି ସିଂହ ୮ମ ଓ ୫୭ ମିନିଟ୍‌ରେ ଶ୍ରଦ୍ଧାନନ୍ଦ ତିୱାରୀ ୯ମ ଗୋଲ ଦେଇ ଦଳକୁ ୯-୧ରେ ବିଜୟୀ କରାଇଥିଲେ। ବବି ସିଂହ ଧାମି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଘୋଷିତ ହୋଇଥିଲେ।

୮ ବର୍ଷର ବ୍ୟବଧାନ ପରେ କନିଷ୍ଠ ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । କୋଭିଡ ଯୋଗୁଁ ୨୦୨୧ର ଟୁର୍ଣ୍ଣାମେଣ୍ଟ ହୋଇପାରିନଥିଲା ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories