www.samajalive.in
Sunday, December 14, 2025
15.1 C
Bhubaneswar

ଗୁରୁବାର ଜି-୨୦ ବିଦେଶ ମନ୍ତ୍ରୀମାନଙ୍କ ବୈଠକ

ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ଜି-୨୦ ବିଦେଶ ମନ୍ତ୍ରୀମାନଙ୍କର ଏକ ସର୍ବବୃହତ ବୈଠକ ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଭାରତ ଜି-୨୦ର ଅଧ୍ୟକ୍ଷ ଥିବା ସମୟରେ ଏହା ହେଉଛି ଜି-୨୦ ବିଦେଶ ମନ୍ତ୍ରୀମାନଙ୍କର ଦ୍ୱିତୀୟ ବୈଠକ।

ନୂଆଦିଲ୍ଲୀରେ ସାମ୍ବାଦିକ ମାନଙ୍କୁ ବୈଠକ ସଂପର୍କରେ ସୂଚନା ଦେଇ ବିଦେଶ ସଚିବ ବିନୟ କ୍ୱାତ୍ରା କହିଛନ୍ତି, ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୪୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିବାର ଆଶା କରାଯାଉଛି । ଏହା ଜି-୨୦ର ଏକ ସର୍ବବୃହତ ବିଦେଶ ମନ୍ତ୍ରୀ ସମ୍ମିଳନୀ ହେବ। ବିଦେଶ ସଚିବ କହିଛନ୍ତି, ବୈଠକ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌.ଜୟଶଙ୍କର ଦୁଇଟି ଯାକ ଅଧିବେଶନରେ ଅଧ୍ୟକ୍ଷତା କରିବେ । ପ୍ରଥମ ଅଧିବେଶନରେ ବହୁ ରାଷ୍ଟ୍ରବାଦ ଓ ଖାଦ୍ୟ ସୁରକ୍ଷା ଏବଂ ଶକ୍ତି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଦ୍ୱିତୀୟ ଅଧିବେଶନରେ ବିଭିନ୍ନ ପ୍ରକାରର ନୂଆ ନୂଆ ବିପଦ ଓ ତାହାର ମୁକାବିଲା, ଆତଙ୍କବାଦର ଦମନ ଓ ନିଶାଦ୍ରବ୍ୟ ଚୋରା କାରବାର ବନ୍ଦ ବିଷୟରେ ଆଲୋକପାତ କରାଯିବ ।

- Advertisement -

ବିଦେଶ ସଚିବ କହିଛନ୍ତି ଯେ ଋଷ-ୟୁକ୍ରେନ ବିବାଦ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ସ୍ୱାଭାବିକ ଭାବେ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଋଷ-ୟୁକ୍ରେନ ବିବାଦର ବିଶ୍ବ ଆର୍ଥିକ ବ୍ୟବସ୍ଥା ଏବଂ ବିକାଶ ଉପରେ ପ୍ରଭାବ ନେଇ ମଧ୍ୟ ଆଲୋଚନାରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।
ଜାପାନ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେଉ ନଥିବା ସଂପର୍କରେ ବିଦେଶ ସଚିବ କହିଛନ୍ତି, ଭାରତ ଓ ଜାପାନ ମଧ୍ୟରେ ଘନିଷ୍ଠ ସହଯୋଗ ରହିଛି ଓ ଭାରତ ସର୍ବଦା ଜାପାନର ଅଂଶଗ୍ରହଣକୁ ଗୁରୁତ୍ୱ ଦେଉଛି। ବ୍ରାଜିଲ ବିଦେଶ ମନ୍ତ୍ରୀ ମରୋ ଭିଏରା, ମରିସସ୍‌ ବିଦେଶ ମନ୍ତ୍ରୀ ଆଲାନ୍‌ ଗାନୁ, ଆନ୍ତର୍ଜାତିକ ଶ୍ରମ ସଂଗଠନ ସେର୍‌ପା ରିଚାର୍ଡ ମାର୍କ ସାମାଂସ, ତୁର୍କୀ ବିଦେଶ ମନ୍ତ୍ରୀ ମେବଲୁଥ୍‌ କାବୁସୋଗଲୁ ଓ ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନି ୱଙ୍ଗଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଇତି ମଧ୍ୟରେ ନୂଆଦିଲ୍ଲୀରେ ଆସି ପହଁଞ୍ଚିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories