www.samajalive.in
Sunday, December 14, 2025
26.1 C
Bhubaneswar

ଯୁବ ସମାଜସେବୀ ଅଂଶୁମାନଙ୍କୁ ଦିବ୍ୟାଙ୍ଗ ମିତ୍ର ସମ୍ମାନ

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ମଣ୍ଡୁଆର ଉଦୀୟମାନ ଯୁବ ସମାଜସେବୀ ଅଂଶୁମାନ ଚକ୍ରବର୍ତ୍ତୀଙ୍କୁ ଦିବ୍ୟାଙ୍ଗ ମିତ୍ର ସମ୍ମାନରେ ସମ୍ବର୍ଦ୍ଧିିତ କରାଯାଇଛି। ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ହ୍ବିଲଚେୟାର ଯୋଗାଣ ହେଉ ଅଥବା କୃତ୍ରିମ ଗୋଡ ବ୍ୟବସ୍ଥା କରି ସକ୍ଷମ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି ଅଂଶୁମାନ। ମଣ୍ଡୁଆ ମିନି ପାର୍କଠାରେ ବୁଧବାର ଅନୁଷ୍ଠିତ ଓଡ଼ିଶା ବିକଳାଙ୍ଗ ମଞ୍ଚର କର୍ମୀ ସମ୍ମିଳନୀ ଅବସରରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସମ୍ପାଦକ ଅକ୍ଷୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ ଯୁବ ସମାଜସେବୀ ଅଂଶୁମାନଙ୍କୁ ଉପଢ଼ୌକନ ଓ ଫୁଲ ଚାରା ଦେଇ ସ୍ୱତନ୍ତ୍ର ଭାବେ ଦିବ୍ୟାଙ୍ଗ ମିତ୍ର ସମ୍ମାନରେ ସମ୍ବର୍ଦ୍ଧିିତ କରିଛନ୍ତି। ଏହି ଅବସରରେ ଓଡ଼ିଶା ବିକଳାଙ୍ଗ ମଞ୍ଚ କେନ୍ଦୁଝର ଶାଖା ସଭାପତି ଅଭୟ ଜେନା, ସମ୍ପାଦିକା କବିତା ନାଏକଙ୍କ ସମେତ ସଙ୍ଗଠନର ବହୁ ସଦସ୍ୟ ଏବଂ ଜିଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଯୋଗ ଦେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories