www.samajalive.in
Sunday, December 14, 2025
19.1 C
Bhubaneswar

ଗୋଟିଏ ରାତି ନ ଶୋଇଲେ ୧ରୁ୨ ବର୍ଷ ବୁଢା ହୋଇଯାଏ ମସ୍ତିଷ୍କ

ନୂଆଦିଲ୍ଲୀ- ଜୀବନରେ ନିଦର ମହତ୍ତ୍ୱ ରହିଛି । ରାତିରେ ୬ରୁ୭ ଘଣ୍ଟା ଭଲ ନିଦ ହେବା ନିହାତି ଦରକାର । ହେଲେ ଅନେକ ଅନିଦ୍ରା ବା ଇନସୋମେନିଆରେ ଆକ୍ରାନ୍ତ । କାମର ଚାପ ହେଉ କି ଆଜି କାଲିର ଜୀବନଚର୍ଯ୍ୟା ଅନେକଙ୍କୁ ଭଲ ନିଦ ହେଉ ନାହିଁ ।

ନିଶା ଏବଂ ଖାଦ୍ୟ ପେୟ ସହ ମୋବାଇଲ୍‌ ଏବଂ ଟିଭି ଯୋଗୁଁ ଲୋକଙ୍କୁ ଭଲ ନିଦ ହେଉନାହିଁ । ମାତ୍ର ଗୋଟିଏ ରାତି ନ ଶୋଇଲେ ଦୁଇ ତିନିଦିନ ପର୍ଯ୍ୟନ୍ତ ଥକା ଲାଗିଥାଏ । ଏବେ ଏକ ଗବେଷଣାରୁ ଗୋଟିଏ ରାତି ନ ଶୋଇଲେ ମସ୍ତିଷ୍କ ୧ରି୨ ବର୍ଷ ବୁଢା ହୋଇଯାଏ ବୋଲି କୁହାଯାଇଛି । ନଶୋଇବା ଦ୍ୱାରା ମସ୍ତିଷ୍କର ବୟସ ଏକରୁ ଦୁଇ ବର୍ଷ ବଢିଯିବା ସହ ସମାନ ।

- Advertisement -

ମାତ୍ର ଏହା ପରେ ଯଦି ଜଣେ ଭଲ ନିଦକୁ ଅଭ୍ୟାସଗତ ଭାବେ ପୂରଣ କରିପାରେ ତେବେ ଏହି ସମସ୍ୟାରୁ ମୁକ୍ତି ମିଳିବ । ମସ୍ତିଷ୍କ ଏହାର ଭରଣା କରିଦେଇଥାଏ ବୋଲି ଜର୍ଣ୍ଣାଲ୍‌ ଅଫ୍‌ ନ୍ୟୁରୋ ସାଇନ୍ସରେ ଏକ ଗବେଷାତ୍ମକ ଲେଖା ପ୍ରକାଶିତ ହୋଇଛି ।

୧୩୪ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା, ପରେ ୩୦୦୦ ଜଣଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଗୋଟିଏ ରାତି ନଶୋଇବା ପରେ ସେମାନଙ୍କର ଏମ୍‌ଆର୍‌ଆଇ କରାଯାଇଥିଲା । ଏଥିରେ ମସ୍ତିଷ୍କରେ ଅନେକ ପରିବର୍ତ୍ତନ ହୋଇଥିବା କଥା ଜଣା ପଡିଛି । ୨୪ ଘଣ୍ଟା ଜମା ନଶୋଇଲେ ଏହାର ଅନେକ କୁପ୍ରଭାବ ପଡେ ବୋଲି ଏଥିରେ କୁହାଯାଇଛି ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories