www.samajalive.in
Saturday, December 6, 2025
14.1 C
Bhubaneswar

ଅକ୍ଟୋବର-ଡିସେମ୍ବରରେ ଭାରତକୁ ମିଳିତ ଏସ-୪୦୦ 

ନୂଆଦିଲ୍ଲୀ: ବିମାନ ବିଧ୍ୱଂସୀ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ସର୍ବାଧୁନିକ ଏସ-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆସନ୍ତା ଅକ୍ଟୋବର-ଡିସେମ୍ବର ମଧ୍ୟରେ ଭାରତକୁ ମିଳିବ। ଏହି ବ୍ୟବସ୍ଥାର ପ୍ରଥମ ଦଫା ରୁଷିଆ ଅକ୍ଟୋବର-ଡିସେମ୍ବର ମଧ୍ୟରେ ଯୋଗାଇଦେବ ବୋଲି ରୁଷିଆର ସରକାରୀ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ରୋସୋବୋରୋନେକ୍ସପୋର୍ଟ ପକ୍ଷରୁ ଗୁରୁବାର କୁହାଯାଇଛି। ଏହାର ସିଇଓ ଆଲେକଜାଣ୍ଡର ମିଖେୟେଭ ଇଣ୍ଟରଫାକ୍ସ ଖବର ସରବରାହ ସଂସ୍ଥା ନିକଟରେ ପ୍ରକାଶକରି କହିଛନ୍ତି ଯେ ସବୁକିଛି ଠିକ ସମୟରେ ଆଗେଇ ଚାଲିଛି। ତଦନୁଯାୟୀ ଭାରତକୁ ଚଳିତ ବର୍ଷ ଅକ୍ଟୋବର-ଡିସେମ୍ବରରେ ଏସ-୪୦୦ ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ପ୍ରଥମ ଦଫା ଯୋଗାଇ ଦିଆଯିବ। ଏସ-୪୦୦ ରୁଷିଆର ସର୍ବାଧୁନିକ ଅଧିକ ଦୂରଗାମୀ ଭୂପଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ପ୍ରତିରକ୍ଷା ବ୍ୟବସ୍ଥା। ଏହି ଟ୍ରାୟମ୍ଫ ଇଣ୍ଟରସେପ୍ଟର ଭିତ୍ତିକ କ୍ଷେପଣାସ୍ତ୍ର ବ୍ୟବସ୍ଥା ଆସୁଥିବା ଶତ୍ରୁପକ୍ଷର ବିମାନ, କ୍ଷେପଣାସ୍ତ୍ର ଏବଂ ଏପରିକି ଡ୍ରୋନଗୁଡିକୁ ୪୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ନଷ୍ଟ କରିବାକୁ ସମର୍ଥ। ଭାରତୀୟ ବିଶେଷଜ୍ଞମାନେ ୨୦୨୧ ଜାନୁଆରୀରୁ ରୁଷିଆରେ ପହଞ୍ଚି ଏସ-୪୦୦ ସମ୍ପର୍କରେ ତାଲିମ ନେବା ଆରମ୍ଭ କରିଛନ୍ତି ବୋଲି ଖବର ସରବରାହ ସଂସ୍ଥା ପକ୍ଷରୁ କୁହାଯାଇଛି।

୨୦୧୮ ଅକ୍ଟୋବରରେ ଭାରତ ୫ଟି ଏସ-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ରୟ କରିବାକୁ ରୁଷିଆ ସହିତ ୫ ବିଲିଅନ ଆମେରିକୀୟ ଡଲାରର ଏକ ରାଜିନାମା ସ୍ୱାକ୍ଷର କରିଥିଲା। ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଭାରତକୁ ଚେତାବନୀ ଦେଇଥିଲେ ମଧ୍ୟ ଭାରତ ଉକ୍ତ ଚୁକ୍ତି ସ୍ୱାକ୍ଷର କରିଥିଲା। ତେବେ ଏହାକୁ ନେଇ ସିଏଏଟିଏସଏ ବଳରେ ଭାରତ ଉପରେ ଆମେରିକା କଟକଣା ଲଗାଇବା ଆଶଙ୍କା ରହିଛି। ଉକ୍ତ ଆଇନ ଅନୁଯାୟୀ ରୁଷିଆରୁ ବଡଧରଣର ପ୍ରତିରକ୍ଷା ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଖରିଦ କରୁଥିବା ରାଷ୍ଟ୍ରଗୁଡିକ ବିରୁଦ୍ଧରେ ଆମେରିକା ପ୍ରଶାସନ କଟକଣା ଲଗାଇପାରିବେ। ୨୦୧୪ରେ କ୍ରିମିଆକୁ ରୁଷ ନିଜ ଦଖଲକୁ ନେବା ଏବଂ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷିଆରେ ହସ୍ତକ୍ଷେପ ପରେ ଆମେରିକା ଓ ରୁଷ ମଧ୍ୟରେ ତୀବ୍ର ମତଭେଦ ଦେଖାଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories