www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୪-୨୫ ସୁଦ୍ଧା ଆସିବ ଉଡନ୍ତା ଟାକ୍ସି

ଲଣ୍ଡନ: ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଆସିବ ଉଡନ୍ତା ଟାକ୍ସି। ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ ସମୟ ଧରି ଅଟକି ରହିବା ସମସ୍ୟା ଆଉ ରହିବ ନାହିଁ। ଆସନ୍ତା ୨୦୨୪-୨୫ ସୁଦ୍ଧା ଏହା ବାସ୍ତବ ରୂପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି ୟୁରୋପୀୟ ନିୟାମକ ସଂସ୍ଥା। ଇତିମଧ୍ୟରେ ଅଧ ଡଜନ ସଂଖ୍ୟକ ୟୁରୋପୀୟ କମ୍ପାନୀ ଏହିଭଳି ସହରାଞ୍ଚଳ ଆକାଶମାର୍ଗ ଯାତାୟତ ଯାନ ବିକଶିତ କରିଥିବା ଘୋଷଣା କରିଛନ୍ତି। ଏଥିରେ ଯାତ୍ରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାତାୟତ କରିପାରିବେ ଅଥବା ଏହିଭଳି ମାନବ ବିହୀନ ଯାନରେ ଚିକିତ୍ସା ସାମଗ୍ରୀ ଆଦି ସହଜରେ ପରିବହନ କରାଯାଇପାରିବ।
ୟରୋପରେ ଏହିଭଳି ଉଡନ୍ତା ଟାକ୍ସି ଆସନ୍ତା ୨୦୨୪ ପ୍ରଥମ ଭାଗରେ ତାହାର ସେବା ଯୋଗାଣ ଆରମ୍ଭ କରିବା ଆଶା କରାଯାଉଛି। ୟୁରୋପିଆନ ୟୁନିୟନ ଆଭିଏସନ ସେଫ୍ଟି ଏଜେନ୍ସି (ଇଏଏସଏ)ର ନିର୍ବାହୀ ନିର୍ଦ୍ଦେଶକ ପାଟ୍ରିକ କେ ୱାଇ କହିଛନ୍ତି, ୨୦୨୪-୨୫ରେ ଉଡନ୍ତା ଟାକ୍ସିଗୁଡିକର ବ୍ୟବସାୟିକ ଚଳାଚଳ ଆରମ୍ଭ ହେବା ସେ ଆଶା କରୁଛନ୍ତି। ସେ କହିଛନ୍ତି ଯେ ୟୁରୋପରେ ୨୦୩୦ ସୁଦ୍ଧା ସହରାଞ୍ଚଳ ଆକାଶମାର୍ଗରେ ଚଳାଚଳ କରୁଥିବା ଯାନ (ୟୁଏଏମ)ର ବଜାର ପ୍ରାୟ ୪.୨ ବିଲିଅନ ୟୁରୋରେ ପହଞ୍ଚିବ ଏବଂ ଏହି କ୍ଷେତ୍ରରେ ପ୍ରାୟ ୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଇତିମଧ୍ୟରେ ଇଏଏସଏ କେତେକ ଡିଜାଇନକୁ ପ୍ରମାଣପତ୍ର ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିସାରିଛି ଏବଂ ୨୦୨୪ ସୁଦ୍ଧ ହାଲୁକା ମେସିନଗୁଡିକ ପାଇଁ ପ୍ରଥମ ଅନୁମୋଦନ ପ୍ରଦାନ ଆଶା କରୁଛି। କେ ୱାଇ କହିଛନ୍ତି, ଜମାର୍ନୀର ଏକ ଷ୍ଟାର୍ଟଅପ ସଂସ୍ଥା ଭୋଲୋକପ୍ଟର ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଯତା ଏରୋପୋର୍ଟସ ଡି ପ୍ୟାରିସର ମୁଖ୍ୟମାନେ ଆଶା ରଖିଛନ୍ତି ଯେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଏହି ପ୍ରଯୁକ୍ତିକୋ÷ଶଳ ପ୍ରଦର୍ଶନ କରିବେ। ତେବେ ଏଗୁଡିକ ସହରାଞ୍ଚଳ, ରେଳବାଇ ଆଦି ଉପରେ କିଭଳି ଉଡାଣ କରୁଛନ୍ତି, ଆକାଶରେ ଉଡୁଥିବା ପକ୍ଷୀ, ସାଇବର ନିରାପତ୍ତା, ସେଥିରୁ ନିର୍ଗତ ଶବ୍ଦ ଆଦି ସମସ୍ତ ସୁରକ୍ଷାଗତ ଦିଗ ଉପରେ ଟିକିନିଖି ଅନୁଧ୍ୟାନ କରାଯିବା ପରେ ଅନୁମୋଦନ ପ୍ରଦାନ କରାଯିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories