www.samajalive.in
Tuesday, December 9, 2025
16.1 C
Bhubaneswar

ଆସନ୍ତାକାଲି ଭାରତ – ଶ୍ରୀଲଙ୍କା ଶିଖର ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ମଧ୍ୟରେ ଆସନ୍ତାକାଲି ଭର୍ଚୁଆଲ ମୋଡ଼ରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକ ଉଭୟ ନେତାଙ୍କୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବିଷୟରେ ଭାବ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ। ଉଭୟ ନେତା ଏହି ବୈଠକରେ ଦ୍ୱିପାକ୍ଷିକ ସଂପର୍କର ବିସ୍ତୃତ ସମୀକ୍ଷା କରିବେ। ବିଶେଷ କରି ଶ୍ରୀଲଙ୍କାରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା ହେବ। ଉଭୟ ରାଷ୍ଟ୍ର ପରସ୍ପରର ବହୁ ପରୀକ୍ଷିତ ବନ୍ଧୁ ରାଷ୍ଟ୍ର ଭାବେ ଦୀର୍ଘ ଦିନରୁ ରହି ଆସିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଏକ ଟ୍ଵିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କକୁ ରାଜପକ୍ଷଙ୍କ ସହ ମିଶି ସମୀକ୍ଷା କରିବା ପାଇଁ ସେ ଅପେକ୍ଷା କରି ରହିଛନ୍ତି। ସେ କହିଛନ୍ତି ଯେ କୋଭିଡ଼ ପରବର୍ତ୍ତୀ ସମୟରେ ଉଭୟ ଦେଶର ସଂପର୍କକୁ କିଭଳି ଅଧିକ ବ୍ୟାପକ କରାଯାଇ ପାରିବ ସେ ସଂପର୍କରେ ମଧ୍ୟ ଉଭୟ ନେତା ଉପାୟ ଚିନ୍ତା କରିବେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories