ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି-୨୦ ବାତିଲ, ସିରିଜ ୨-୨ରେ ଅମିମାଂସିତ ଭାବେ ଶେଷ

ଭୁବନେଶ୍ବର କୁମାରଙ୍କୁ ପ୍ଲେୟାର ଅଫ ଦ ସିରିଜ ପୁରସ୍କାର

ବେଙ୍ଗାଲୁରୁ: ବର୍ଷା ଯୋଗୁ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଅନ୍ତିମ ତଥା ପଞ୍ଚମ ଟି-୨୦ ସିରିଜ ବାତିଲ କରାଯାଇଛି। ଏହି ସିରିଜ ୨-୨ ସ୍ତରରେ ଥିଲା। ଆଜିର ମ୍ୟାଚରେ ଫଳାଫଳକୁ ନେଇ ସିିରିଜ ବିଜେତା ଘୋଷଣା କରାଯାଇଥାନ୍ତା। ତେବେ ପ୍ରବଳ ଯୋଗୁଁ ବର୍ଷା ଯୋଗୁଁ ମ୍ୟାଚକୁ ବାତିଲ କରିବାକୁ ମ୍ୟାଚ ରେଫରୀ ଘୋଷଣା କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୨-୨ରେ ଅମିମାଂସିତ ଭାବେ ଶେଷ ହୋଇଛି। ନିର୍ଣ୍ଣାୟକ ଅନ୍ତିମ ମୁକାବିଲା ବର୍ଷାରେ ଧୋଇ ଯିବାରୁ ସିରିଜ ଡ୍ର ଘୋଷଣା କରାଯାଇଛି। ଭୁବନେଶ୍ବର କୁମାରଙ୍କୁ ପ୍ଲେୟାର ଅଫ ଦ ସିରିଜ ପୁରସ୍କାର ପ୍ରଦାନ କରାଯାଇଛି।

prayash

ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଟସ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପରେ ବର୍ଷା ଛାଡ଼ିବା ପରେ ସଂଧ୍ୟା ୭ଟା ୫୦ରେ ମ୍ୟାଚ ଆରମ୍ଭ ହୋଇଥିଲା। ତେବେ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୩.୩ ଓଭରେ ୨ ଓ୍ବିକେଟ ହରାଇ ୨୮ ରନ କରିଥିଲା । ଏହି ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଦୀର୍ଘ ସମୟ ଧରି ବର୍ଷା ଲାଗି ରହିବାରୁ ଓ ପଡ଼ିଆରେ ପାଣି ଜମିରହିଥିବାରୁ ମ୍ୟାଚ ରେଫରି ଜଭଗଲ ଶ୍ରୀନାଥ ମ୍ୟାଚକୁ ବାତିଲ ଘୋଷଣା କରିଥିଲେ।

kalyan agarbati

Comments are closed.