www.samajalive.in
Sunday, December 7, 2025
14.1 C
Bhubaneswar

ଇସ୍ରାଏଲଠାରୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ, ୫୬୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର

ତେଲ ଅଭିଭ : ରୁଷ ପରେ ଏବେ ଇସ୍ରାଏଲଠାରୁ ଭାରତ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା (ଏୟାର ମିଶାଇଲ ଡିଫେନ୍ସ ସିଷ୍ଟମ) କିଣିବ। ଏଥିପାଇଁ ଇସ୍ରାଏଲର ଏରୋସ୍ପେସ ଇଣ୍ଟଷ୍ଟ୍ରିଜ୍‍ (ଆଇଏଆଇ)କୁ କଣ୍ଟ୍ରାକ୍ଟ ଦିଆଯାଇଛି। ଇସ୍ରାଏଲ ଏରୋସ୍ପେସ୍‍ ଇଣ୍ଟଷ୍ଟ୍ରିଜ୍‍ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ (ବିଇଏଲ) ସହ ମିଶି ଏଲଆରଏସ୍‍ଏଏମ୍‍ ଆକାଶ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବ। ଏନେଇ ୫,୬୮୪ କୋଟି ଟଙ୍କାର ଏକ ରାଜିନାମା ସ୍ୱାକ୍ଷର ହୋଇଛି ଓ ଏଥିରେ ଆଇଏଆଇ ସହ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ (ବିଇଏଲ) ସହଭାଗୀ ରହିଛି। ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନୌସେନାର ୭ଟି ଜାହାଜରେ ମୁତୟନ କରାଯିବ। ଭାରତୀୟ ନୌସେନା ସହ ସ୍ଥଳ ଏବଂ ବାୟୁ ସେନା ମଧ୍ୟ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ବ୍ୟବହାର କରିପାରିବେ। ପୂର୍ବରୁ ଭାରତ ରୁଷ ସହ ଏସ୍‍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ରାଜିନାମା କରିଥିଲା। ଆମେରିକା ଏହାକୁ ନେଇ ପ୍ରତିବାଦ ଜଣାଇଥିଲା। କିନ୍ତୁ ଏବେ ଭାରତ ଆମେରିକାର ସବୁଠୁ ବଡ଼ ପ୍ରତିରକ୍ଷା ସହଯୋଗୀ ଇସ୍ରାଏଲ ସହ ଏହି ପ୍ରତିରକ୍ଷା ରାଜିନାମା କରିଛି।
ଆଇଏଆଇ ଅନୁସାରେ ଏହି ରାଜିନାମା ପରେ ବାରକ-୮ କ୍ଷେପଣାସ୍ତ୍ର ରାଜିନାମା (୬ ଶହ କୋଟି ଡଲାର) ୪୪ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏହାସହ ଇସ୍ରାଏଲ ଭାରତ ପାଇଁ ତୃତୀୟ ସର୍ବାଧିକ ପ୍ରତିରକ୍ଷା ଅସ୍ତ୍ର ଯୋଗାଉଥିବା ରାଷ୍ଟ୍ର ହୋଇଛି। ତେବେ ଭାରତକୁ ପ୍ରତିରକ୍ଷା ଅସ୍ତ୍ର ଯୋଗାଉଥିବା ରାଷ୍ଟ୍ରଙ୍କ କ୍ଷେତ୍ରରେ ଆମେରିକା ପ୍ରଥମ ଏବଂ ରୁଷ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତ ବର୍ଷ ଇସ୍ରାଏଲର ଆଇଏଆଇ ଭାରତୀୟ ସେନା ସହ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ୧୪ ହଜାର କୋଟି ଟଙ୍କାର ରାଜିନାମା କରିଥିଲା। ଏଥିରେ ଆଇଏଆଇ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ୮ଟି ବାରାକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବିଇଏଲକୁ ସହଭାଗୀ କରିଥିଲା। ବାରାକ କ୍ଷେପଣାସ୍ତ୍ରକୁ ଜାହାଜରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଭାବେ ବ୍ୟବହାର କରାଯାଏ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories