ନୂଆଦିଲ୍ଲୀ: ଭାରତ ଚଳିତ ମାସ ୧୬ରୁ ୨୦ ତାରିଖ ମଧ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି ନୂଆଦିଲ୍ଲୀ। ଭାରତୀୟ ବୈଦେଶକି ମନ୍ତ୍ରଣାଳୟ କ୍ୟୁରେଶୀଙ୍କ ଦାବିକୁ ଦାୟିତ୍ଵହୀନତା ଏବଂ ଅବାନ୍ତର ବୋଲି କହିଛି। ରବିବାର ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶୀ କହିଥିଲେ ଯେ, ଭାରତ ତାଙ୍କ ଦେଶ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ସେ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଛନ୍ତି। ଇସଲାମାବାଦରେ ଅବସ୍ଥାପିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟଙ୍କ ଆବାସାଡରଙ୍କଠାରୁ ୨ ଦିନ ତଳେ ସେ ଏହି ଯୋଜନା ସମ୍ପର୍କରେ ଖବର ପାଇଥିଲେ। ତାଙ୍କୁ ଏ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ କ୍ୟୁରେଶୀ କହିଥିଲେ ଯେ, ମୁଁ ଏକ ଦାୟିତ୍ଵସମ୍ପନ୍ନ ପଦବୀରେ ରହିଛି। ମୁଁ ଜାଣିଛି ଯାହା ମୁଁ କହିବି ତାହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ମୁଖ୍ୟ ଖବର ପାଲଟିବ। ତେଣୁ ମୁଁ ଦାୟିତ୍ଵବୋଧର ସହ ଏହା କହୁଛି ବୋଲି କ୍ୟୁରେଶୀ ଗଣମାଧ୍ୟମକୁ କହିଥିଲେ।
ପାକିସ୍ତାନ ଉପରେ ଆକ୍ରମଣ ଯୋଜନାକୁ ଭାରତର ଖଣ୍ଡନ; କ୍ୟୁରେଶୀଙ୍କ ମନ୍ତବ୍ୟ ‘ଦାୟିତ୍ଵହୀନ ଓ ଅବାନ୍ତର’
Popular Categories



