www.samajalive.in
Saturday, December 6, 2025
14.1 C
Bhubaneswar

ସାମୁଦ୍ରିକ ଅର୍ଥନୀତି ଉପରେ ଭାରତ-ନରୱେ ଆଲୋଚନା ସଫଳ

ନୂଆଦିଲ୍ଲୀ : ଭାରତ-ନରୱେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ତିନିଦିନିଆ ଭାରତ ଗସ୍ତରେ ଆସିଥିବା ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାବେଳେ ଦୁଇ ଦେଶର ସମ୍ପର୍କକୁ ନୂଆ ଶକ୍ତି ଓ ଦିଶା ପ୍ରଦାନ କରାଯାଇଥିବା କହିଛନ୍ତି ମୋଦୀ। ଉଭୟଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି; ବିଶେଷ କରି ‘ସାମୁଦ୍ରିକ ଅର୍ଥନୀତି’ ଉପରେ ସେମାନଙ୍କ ଆଲୋଚନା ସଫଳ ହୋଇଥିବା ମୋଦୀ କହିଛନ୍ତି। ଜାତିସଙ୍ଘ ସୁରକ୍ଷା ପରିଷଦରେ ସଂସ୍କାର, ଆତଙ୍କବାଦ ଓ ବାଣିଜ୍ୟ ସହିତ ଆନ୍ତର୍ଜାତିକ ପ୍ରସଙ୍ଗରେ ଦୁଇ ନେତା ସମ୍ମତି ପ୍ରକାଶ କରିଛନ୍ତି। ସେହିପରି ଶକ୍ତି, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରସଙ୍ଗରେ ସଫଳ ଆଲୋଚନା ହୋଇଥିବା କହିଛନ୍ତି ସୋଲବର୍ଗ। ଭାରତର ସହଯୋଗ ବିନା ଦୀର୍ଘସୂତ୍ରୀ ବିକାଶ ଲକ୍ଷ୍ୟ ହାସଲରେ ନରୱେ ସଫଳ ହୋଇପାରିବ ନାହିଁ ବୋଲି ସୋଲବର୍ଗ କହିଛନ୍ତି। ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହିତ ମଧ୍ୟ ସୋଲବର୍ଗଙ୍କର ଆଲୋଚନା ହୋଇଛି। ସୋମବାର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହିତ ଭାରତରେ ପହଞ୍ଚିଥିବା ସୋଲବର୍ଗଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories