ନୂଆଦିଲ୍ଲୀ : ସ୍ଥାନାନ୍ତରିତ ହେଲା ଅମର ଯବାନ ଜ୍ୟୋତି। ଆଜି ଇଣ୍ଡିଆ ଗେଟ୍ ରୁ ଅମର ଯବାନ ଜ୍ୟୋତି ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆ ଗେଟ୍ ରୁ ଜାତୀୟ ଯୁଦ୍ଧ ସ୍ମାରକୀକୁ କରାଯାଇଛି ସ୍ଥାନାନ୍ତରଣ। ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନଙ୍କ ଜ୍ୟୋତିର ବିଲୟ।
ଆଜିଠୁ ଇଣ୍ଡିଆ ଗେଟରେ ଜଳିବନି ଅମର ଯବାନ ଜ୍ୟୋତି । ଆଜିଠାରୁ ଅମର ଯବାନ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳିବ । ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହୋଇଛି । ୫୦ ବର୍ଷ ପୂର୍ତ୍ତି ଅବସରରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ, ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ବୀର ଯୋଦ୍ଧାମାନେ ବଳିଦାନ ଦେଇଥିଲେ । ଯବାନଙ୍କ ସ୍ମୃତିରେ ଏହାକୁ ଇଣ୍ଡିଆ ଗେଟରେ ନିର୍ମାଣ କରାଯାଇଥିଲା । ତେବେ ରାଜଧାନୀ ଦିଲ୍ଲୀରେ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟର ଏକ ପରିଚୟ ହୋଇରହିଥିଲା । ଯାହା ଏବେ ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳିବ ।
ସ୍ଥାନାନ୍ତରିତ ହେଲା ଅମର ଯବାନ ଜ୍ୟୋତି
Popular Categories



