www.samajalive.in
Saturday, December 6, 2025
17.1 C
Bhubaneswar

ଆତଙ୍କବାଦ ଦମନ ପାଇଁ ମିଳିମିଶି କାମ କରିବେ ଭାରତ ଓ ଇରାନ୍‍

ନୂଆଦିଲ୍ଲୀ: ଭାରତ ଓ ଇରାନ୍‍ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ପାକିସ୍ତାନରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଗୋଷ୍ଠୀଗୁଡ଼ିକଦ୍ୱାରା ଭାରତ ଓ ଇରାନ୍‍ର ସୈନ୍ୟମାନଙ୍କୁ ହତ୍ୟା ଘଟଣାକୁ ନେଇ ଉଭୟ ଦେଶ ଏହି ଚେତାବନୀ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତେହେରାନରେ ଅଳ୍ପ ସମୟ ରହଣି ମଧ୍ୟରେ ଇରାନ୍‍ର ଉପବୈଦେଶିକ ମନ୍ତ୍ରୀ ସୟଦ୍‍ ଅବାସ୍‍ ଅରାଘ୍‍ଛିଙ୍କୁ ସାକ୍ଷାତ୍‍ କରିଥିଲେ। ଶ୍ରୀ ଅରାଘ୍‍ଛି କହିଛନ୍ତି, ଆତଙ୍କବାଦୀମାନଙ୍କଦ୍ୱାରା ଅମାନବୀୟ ଆକ୍ରମଣରେ ଭାରତ ଓ ଇରାନ୍‍ର ବହୁ ସଂଖ୍ୟକ ଯବାନ ଶହୀଦ୍‍ ହୋଇଛନ୍ତି ଏବଂ ଉଭୟ ଦେଶ ଆତଙ୍କବାଦ ଦମନ ପାଇଁ ମିଳିମିଶି କାମ କରିବାପାଇଁ ରାଜି ହୋଇଛନ୍ତି। ପାକିସ୍ତାନଭିତ୍ତିକ ଜୈସ୍‍- ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀଦ୍ୱାରା ଗୁରୁବାର ଦିନ ଜମ୍ମୁ-କାଶ୍ମୀରର ପୁଲ୍‍ୱାମା ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣରେ ଭାରତର ୪୦ ଜଣ ସି.ଆର୍‍.ପି.ଏଫ୍‍. ଯବାନ ଶହୀଦ୍‍ ହୋଇଥିଲାବେଳେ ଗତ ବୁଧବାର ଦିନ ଇରାନ୍‍ର ୨୭ ଜଣ ଯବାନ ଆତ୍ମଘାତୀ ବୋମା ଆକ୍ରମଣରେ ଶହୀଦ୍‍ ହୋଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories