www.samajalive.in
Saturday, December 6, 2025
23.1 C
Bhubaneswar

କୁସ୍ତିରେ ଭାରତକୁ ପ୍ରଥମ ପଦକ; ପଦାର୍ପଣରେ କାଂସ୍ୟ ଜିତିଲେ ଅମନ୍‌

ସମାଜ ଡିଜିଟାଲ ଡେସ୍କ: ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ବାଦ୍‌ ପଡ଼ିବା ପରେ କୁସ୍ତିରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ଅନ୍ୟ ଜଣେ ପ୍ରତିଭାବାନ୍‌ କ୍ରୀଡ଼ାବିତ ଅମନ ଶେରାଓ୍ବତ। ପଦାର୍ପଣ ଅଲିମ୍ପିକ୍ସରେ ସେ ଐତିହାସିକ ସଫଳତା ହାସଲ କରିବା ସହିତ କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ଅମନଙ୍କ ଏହି ସଫଳତା ପରେ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପଦକ ତାଲିକାରେ ଭାରତ ୬୫ତମ ସ୍ଥାନରେ ରହିଛି।

ଅମନ ହେଉଛନ୍ତି ହରିୟାଣା ଅନ୍ତର୍ଗତ ଝଜ୍ଜରର ବାସିନ୍ଦା। ସେମିଫାଇନାଲ ପୂର୍ବରୁ ସେ ୨ଟି ଯାକ ମ୍ୟାଚ ଜିତି ଥିଲେ। ପ୍ରି-କ୍ଵାର୍ଟରଫାଇନାଲରେ ସେ ମେସିଡୋନିଆର ଭ୍ଲାଦିମିର ଏଗୋରୋଭଙ୍କୁ ପରାସ୍ତ କରିଥିଲେ। ଏହା ପରେ କ୍ଵାର୍ଟରଫାଇନାଲରେ ଆଲବାନିଆର ଜେଲିମଖାନ ଆବାକାରୋଭଙ୍କୁ ହରାଇ ସେମିଫାଇନାଲରେ ପ୍ରବୋ କରିଥିଲେ। କିନ୍ତୁ ସେମିରେ ସେ ଜାପାନ କୁସ୍ତିଯୋଦ୍ଧା ରେଇ ହିଗୁଚିଙ୍କଠାରୁ ପରାଜିତ ହୋଇଥିଲେ। ଏହା ପରେ ଅମନ ବ୍ରୋଞ୍ଜ ପଦକ ପାଇଁ ପୁଏର୍ଟୋ ରିକୋ କୁସ୍ତିଯୋଦ୍ଧା ଡାରିଆନ କ୍ରୁଜଙ୍କ ସହିତ ଲଢ଼ିଥିଲେ, ଯେଉଁଥିରେ ସେ ବିଜୟୀ ହୋଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories