www.samajalive.in
Saturday, December 6, 2025
17.1 C
Bhubaneswar

୨ ଥର ସଂଘର୍ଷ ପରେ ଏଲଏସିରେ ହେଲିକପ୍ଟର ଉଡ଼ାଇଲା ଚୀନ ସେନା, ଯୁଦ୍ଧ ବିମାନରେ ଭାରତର କଡ଼ା ପାଟ୍ରୋଲିଂ

ଲେହ: ଭାରତ-ଚୀନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଥର ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଚୀନ ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଲଢୁଆ ହେଲିକପ୍ଟର ଉଡ଼ାଇଛି। ଏହି ଖବର ମିଳିବା ପରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପଠାଇ ସୀମାନ୍ତରେ ପାଟ୍ରୋଲିଂ କରିଛି।

ନିକଟରେ ଉତ୍ତର ସିକ୍କିମରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏଥିରେ ଦୁଇ ପକ୍ଷର କିଛି ଯବାନ ସାମାନ୍ୟ ଆହତ ହୋଇଥିଲେ। ପରେ ଆଲୋଚନା ମାଧ୍ୟମରେ ଉଭୟ ପକ୍ଷର ସୈନିକଙ୍କୁ ପ୍ରତ୍ୟାହାର କରି ନିଆଯାଇଥିଲା। ଏହା ପୂର୍ବରୁ ମେ ୫ରେ ଲଦାଖରେ ବି ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ। ଭାରତ ଏବଂ ଚୀନ ଯବାନମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।  ଏହା ପର ଦିନ ଉଭୟ ସେନା ମଧ୍ୟରେ ବିବାଦର ସମାଧାନ ହୋଇଥିଲା। ଏହା ପରେ ଚୀନ ସେନାର ହେଲିକପ୍ଟର ସୀମାରେ ଉଡୁଥିବା ଦେଖିବାକୁ ମିଳିଥିଲା। ଚୀନର ଏପରି ସାହସକୁ ଦେଖି ଭାରତୀୟ ବାୟୁସେନା ତୁରନ୍ତ ଲଦାଖ ସୀମାରେ ଯୁଦ୍ଧ ବିମାନ ମୁତୟନ କରିବା ସହିତ ପାଟ୍ରୋଲିଂ ଆରମ୍ଭ କରିଦେଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories