www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ ଟିକାକରଣ : ଟିକା ନେଲେଣି ୨୫ କୋଟିରୁ ଅଧିକ

ନୂଆଦିଲ୍ଲୀ : ଦେଶବ୍ୟାପୀ ଚାଲିଥିବା କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ୨୫ କୋଟିରୁ ଅଧିକ ଟିକାକରଣ କରି ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦେଶରେ ଏପର୍ଯ୍ୟନ୍ତ  ୨୫ କୋଟି ୩୧ ଲକ୍ଷ ୯୫ ହଜାର ୪୮ଜଣଙ୍କୁ ଟିକାଦାନ କରାଯାଇଛି।

ଏଥିସହ ଭାରତ ୨୦ କୋଟି ପ୍ରଥମ ପାନ ଟିକାକରଣ କରିବାର ଐତିହାସିକ ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରିଛି। ଦେଶରେ ମୋଟ ୨୦ କୋଟି ୪୬ ଲକ୍ଷ ୧ହଜାର ୧୭୬ ଜଣଙ୍କୁ ପ୍ରଥମ ପାନ ଏବଂ ୪ କୋଟି ୮୨ ଲକ୍ଷ ୭୭ ହଜାର ୫୨୬ ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇ ସାରିଲାଣି।

- Advertisement -

ଗତକାଲି ଗୋଟିଏ ଦିନରେ ହିତାଧିକାରୀମାନଙ୍କୁ ୩୪ ଲକ୍ଷରୁ ଅଧିକ ପାନ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୮ରୁ ୪୪ ବର୍ଷ ଆୟୁ ବର୍ଗର ୧୮ ଲକ୍ଷ ୪୫ ହଜାର ୨୦୧ ଜଣ ହିତାଧିକାରୀ ପ୍ରଥମ ପାନ ଟିକା ନେଇ ଥିବା ବେଳେ ସେହି ବର୍ଗର ଏକ ଲକ୍ଷ ୧୨ ହଜାର ୬୩୩ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ଦିନଠାରୁ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪ କୋଟି ୩୧ ହଜାର ୬୪୬ ଜଣ ପ୍ରଥମ ପାନ ଓ ୬ଲକ୍ଷ ୭୪ ହଜାର ୪୯୯ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ପାନ ଟିକା ପ୍ରଦାନ କରାଯାଇଛି।
ବିହାର, ଦିଲ୍ଲୀ, ହରିଆଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଓଡ଼ିଶା, ଉତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ୧୮ରୁ ୪୪ ବର୍ଷ ଆୟୁ ବର୍ଗରୁ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ପାନ କୋଭିଡ ପ୍ରତିଷେଧକ ଟିକା ନେଇସାରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories