www.samajalive.in
Sunday, December 7, 2025
16.1 C
Bhubaneswar

ବରଷକେ ଥରେ ଆସିଛି ରଜ ; ଆଜି ସଜବାଜ

‘’ବନସ୍ତେ ଡାକିଲା ଗଜ , ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ ଘେନି ନୂଆ ସଜବାଜ’’
ରାତି ପାହିଲେ ରଜ। ଭାବର ଆଦାନ ପ୍ରଦାନର ପର୍ବ ରଜ। ମିଳନର ପର୍ବ ରଜ। ଓଡ଼ିଶାବାସୀଙ୍କ କୃଷିଭିତ୍ତିକ ପର୍ବ ରଜ।  ଆଷାଢର ଆରମ୍ଭରେ ରଜ ଆସେ। ଏହାର ପୂର୍ବଦିନ ସଜବାଜ ଏବଂ ଶେଷଦିନ ବସୁମତି ସ୍ନାନକୁ ମିଶାଇ ଏହା ପାଞ୍ଚଦିନ ଧରି ପାଳନ କରାଯାଏ। ରଜର ମୁଖ୍ୟ ତିନିଦିନ ହେଲା- ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଭୂମିଦହନ। ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି। ଆଜି ଠାରୁ ପୋଷାକ ଓ ଅନ୍ୟାନ୍ୟ ପ୍ରସ୍ତୁତି ହେବ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଦୋକାନ ବଜାର ସବୁକିଛି ବନ୍ଦ ଥିବାରୁ କେବଳ ଘରେ ରଖି ଯଥାସମ୍ଭବ ଉପାୟରେ ରଜ ପାଳନ କରାଯିବ।
କାଲିଠାରୁ ପିଠାପଣାରେ ମହକିବ ଘର।  ଓଠରେ ହସ ,ପାଟିରେ ରଜ ପାନ ଓ ମନରେ ଉଲ୍ଲାସ ଭରିଦେବ ରଜ। ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି। କାରଣ, ରଜର ତିନିଦିନଯାକ ମହିଳାମାନଙ୍କୁ କାମ କରିବା ମନା। ବିଶେଷକରି ଝିଅ ଏବଂ ନୂଆବୋହୂମାନଙ୍କୁ କାମ କରିବାକୁ ଦିଆଯାଏ ନାହିଁ। ପୃଥିବୀକୁ କଷ୍ଟ ହେବ ବୋଲି ଛେଚା, କୁଟା, ବଟା, ଘଷା ଆଦି କାମ ବନ୍ଦ ରଖାଯାଏ। ଚାଷୀମାନେ ବି ହଳ, ଲଙ୍ଗଳ ରଖିଦେଇ ଆମୋଦପ୍ରମୋଦରେ ଲାଗିଯା’ନ୍ତି। କାରଣ, ଏହାପରେ ଆରମ୍ଭ ହୋଇଯାଏ ମାଟି ସହ ମାଟି ହୋଇ ଖଟିବାର ସମୟ। ଭୂମିଦହନ ପରଦିନ ବସୁମତି ସ୍ନାନ ପରେ ରଜକୁ ବିଦାୟ ଦିଆଯାଏ ।
ରଜ: ରଜକୁ କୃଷକର ପର୍ବ ବୋଲି କୁହାଯାଏ। ଓଡ଼ିଶାର କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ଉପରେ ନିର୍ଭର କରିଥାନ୍ତି। ଆମ ରାଜ୍ୟରେ ସାଧାରଣତଃ ରଜ ସମୟରେ ହିଁ ମୌସୁମୀ ଆସିଥାଏ। ରଜ ଆଗରୁ ଚାଷୀ ହଳ କରି ଜମିକୁ ଉର୍ବର କରି ରଖିଥାଏ। ଏହି ସମସ୍ତ କାର୍ୟ୍ୟକରି ମଣିଷ ଥକି ଯାଇଥାଏ, ତେଣୁ ରଜକୁ ଉପଭୋଗ କରିବା ପାଇଁ ଚାଷୀ ଏହି ସମୟରେ କୌଣସି କାର୍ୟ୍ୟ କରି ନ ଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories