ଦେଶରେ ଆଜି କୋଭିଡ ପ୍ରତିଷେଧକ ଟିକାକରଣକୁ ୧୦୦ ଦିନ ପୂରଣ ହୋଇଥିବା ବେଳେ ୧୪ କୋଟି ୮ ଲକ୍ଷ ୨ ହଜାର ୭୯୪ ଜଣ ଟିକା ନେଇଛନ୍ତି। ଦେଶର ବିଭିନ୍ନ ଅଂଚଳରେ ଥିବା ୩୪ ହଜାର ୬୬୮ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩ ହଜାର ୨୨୯ଟି ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯାଇଛି। ଗତକାଲି ଗୋଟିଏ ଦିନରେ ୨୪ ଲକ୍ଷ ୨୨ ହଜାର ୯୮୯ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ସେଥିମଧ୍ୟରୁ ୧୫ ଲକ୍ଷ ୬୯ ହଜାର ୬୩୧ ଜଣ ପ୍ରଥମ ଡୋଜ ଏବଂ ୮ ଲକ୍ଷ ୫୩ ହଜାର ୩୫୮ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି।
ଦେଶରେ ଚାଲିଥିବା ଏହି ସର୍ବବୃହତ ଟିକାକରଣ ଅଭିଯାନରେ ୯୨ ଲକ୍ଷ ୮୯ ହଜାର ୬୨୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଓ ୫୯ ଲକ୍ଷ ୯୪ ହଜାର ୪୦୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି। ସେହିପରି ୧ କୋଟି ୧୯ ଲକ୍ଷ ୪୨ ହଜାର ୨୩୩ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଓ ୬୨ ଲକ୍ଷ ୭୭ ହଜାର ୭୯୭ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ଵିତୀୟ, ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ୪ କୋଟି ୭୬ ଲକ୍ଷ ୪୧ ହଜାର ୯୯୨ ଜଣଙ୍କୁ ପ୍ରଥମ ଡୋଜ ଓ ୨୩ ଲକ୍ଷ ୨୨ ହଜାର ୪୮୦ ଜଣଙ୍କୁ ଦ୍ଵିତୀୟ ଡୋଜ ଏବଂ ୬୦ ବର୍ଷରୁ ଅଧିକ ୪ କୋଟି ୯୬ ଲକ୍ଷ ୩୨ ହଜାର ୨୪୫ ଜଣଙ୍କୁ ପ୍ରଥମ ଡୋଜ ଓ ୭୭ ଲକ୍ଷ ୨ ହଜାର ୨୫ ଜଣଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି।
ଗତକାଲି ଗୋଟିଏ ଦିନରେ ୨୧ ହଜାର ୬୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଓ ୪୩ ହଜାର ୩୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି। ସେହିପରି ୯୦ ହଜାର ୫୮୮ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଓ ୮୨ ହଜାର ୯୪୬ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ଵିତୀୟ, ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ୯ ଲକ୍ଷ ୭୦ ହଜାର ୪୫୨ ଜଣଙ୍କୁ ପ୍ରଥମ ଡୋଜ ଓ ୧ ଲକ୍ଷ ୯୦ ହଜାର ୪୦୦ ଜଣଙ୍କୁ ଦ୍ଵିତୀୟ ଡୋଜ ଏବଂ ୬୦ ବର୍ଷରୁ ଅଧିକ ୪ ଲକ୍ଷ ୮୬ ହଜାର ୯୮୦ ଜଣଙ୍କୁ ପ୍ରଥମ ଡୋଜ ଓ ୫ ଲକ୍ଷ ୩୬ ହଜାର ୯୮୭ ଜଣଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି।



