ଦେଶରେ ୧୮ ହଜାର ୯୮୭ ନୂଆ କରୋନା ସଂକ୍ରମିତ
![](https://samajalive.in/wp-content/uploads/2021/06/COVID19-Vaccination-650x430.jpeg)
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୯୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୧୯ ହଜାର ୮୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ କରୋନାରୁ ମୋଟ ୩ କୋଟି ୩୩ ଲକ୍ଷ ୬୨ ହଜାର ୭୦୯ ଜଣ ସୁସ୍ଥ ହୋଇସାରିଲେଣି। ସଂପ୍ରତି ଦେଶରେ ୨ ଲକ୍ଷ ୬ ହଜାର ୫୮୬ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଦେଶରେ ଆରୋଗ୍ୟ ହାର ୯୮.୦୭% ରହିଛି। ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୫୮ କୋଟି ୭୬ ଲକ୍ଷ ୬୪ ହଜାର ୫୨୫ଟି ନମୁନା ପରୀକ୍ଷା କରାଯାଇଛି। ସେହି ସମୟ ସୁଦ୍ଧା ୯୬ କୋଟି ୮୨ ଲକ୍ଷ ୨୦ ହଜାର 997 କୋଟି ପାନ ଟିକା ଦିଆଯାଇଛି।
Comments are closed.