ଦେଶରେ ଆଜି ୨ ହଜାର ୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆଜି ଗୋଟିଏ ଦିନରେ ୨ ହଜାର ୫୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୪ କୋଟି ୩୦ ଲକ୍ଷ ୪ ହଜାର ୫କୁ ବୃଦ୍ଧି ପାଇଛି। ଗତ ୨୪ ଘଂଟାରେ ଦେଶରେ ୩ ହଜାର ୯୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୪ କୋଟି ୨୪ ଲକ୍ଷ ୫୮ ହଜାର ୫୪୩ରେ ପହଂଚିଛି ଓ ଆରୋଗ୍ୟ ହାର ୯୮.୭୩%କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚିକିତ୍ସାଧୀନ ଅବସ୍ଥାରେ ୧୪୯ ଆକ୍ରାନ୍ତଂକ ମୃତ୍ୟୁ ହେବା ପରେ ଆଜି ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୬ ହଜାର ୨୮୧କୁ ବୃଦ୍ଧି ପାଇଛି। ଦେଶରେ ଏବେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୨୯ ହଜାର ୧୮୧ ରହିଛି।

kalyan agarbati

Comments are closed.