www.samajalive.in
Sunday, December 14, 2025
19.1 C
Bhubaneswar

ସୁଲତାନ ଅଜଲାନ୍‍ ଶାହା ହକି : ଫାଇନାଲରେ ଭାରତ !

ଇପୋ : ସୁଲତାନ ଅଜଲାନ୍‍ ଶାହା ହକିରେ ଭାରତ ଫାଇନାଲ ଖେଳିବା ସୁନିଶ୍ଚିତ କରିଛି। ବୁଧବାର ସନ୍ଧ୍ୟାରେ ଭାରତ, ମାଲେସିଆର ଇପୋରେ ଅନୁଷ୍ଠିତ  ତା’ର ଚତୁର୍ଥ ରାଉଣ୍ଡ ମ୍ୟାଚରେ କାନାଡାକୁ ୭-୩ ଗୋଲରେ ପରାସ୍ତ କରିଛି। ତେବେ ଭାରତ ଖେଳିଥିବା ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟ ସହ ଗୋଟିଏ ମ୍ୟାଚ ଅମୀମାଂଶିତ ରଖି ୧୦ପଏଣ୍ଟ ହାସଲ କରିଛି। ଏହି ୧୦ପଏଣ୍ଟ ସହ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି।

ବୁଧବାର ସୁଦ୍ଧା ଦକ୍ଷିଣ କୋରିଆ ୭ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଓ ମାଲେସିଆ ୬ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ସେହିପରି କାନାଡା ୬ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ଥିବାବେଳେ ଜାପାନ ୩ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ପୋଲାଣ୍ଡ ବିନା ପଏଣ୍ଟରେ ଶେଷ ସ୍ଥାନରେ ରହିଛି।

- Advertisement -

ତେବେ ଆଜିର ଏହି ବିଜୟ ସହ ଭାରତ ଶନିବାର ଦିନ ଫାଇନାଲ ଖେଳିବା ପାଇଁ ସ୍ଥାନ ପକ୍କା କରିଛି।  ଭାରତ ଶୁକ୍ରବାର ଦିନ ତା’ର ଶେଷ ରାଉଣ୍ଡ ମ୍ୟାଚ ପୋଲାଣ୍ଡ ବିପକ୍ଷରେ ଖେଳିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories