www.samajalive.in
Saturday, December 13, 2025
26.1 C
Bhubaneswar

ପାଣି ବିଲ ସହ ଚିଠି ପଠାଉଛନ୍ତି କେଜରିୱାଲ, ଡିଜେବି କାର୍ଯ୍ୟାଳୟ ସିଲ୍‍ କଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପାଣି ବିଲ ସହ ଚିଠି ପଠାଉଥିଲେ। ଏହି ଚିଠିରେ ଆମ ଆଦମୀ ପାର୍ଟି (ଆପ) ସରକାରର ସଫଳତା ବଖାଣିବା ସହ ଆସନ୍ତା ଲୋକସଭା ନିର୍ବାଚନରେ ଲୋକଙ୍କ ଆଶୀର୍ବାଦ ଓ ଶୁଭକାମନା ଭିକ୍ଷା କରୁଥିଲେ। ଏହା ଜଣାପଡ଼ିବା ପରେ ମୁଖ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଦିଲ୍ଲୀ ଜଳ ବୋର୍ଡ (ଡିଜେବି) କାର୍ଯ୍ୟାଳୟର ଚିଠି ରଖାଯାଇଥିବା କଠୋରୀକୁ ସିଲ୍‍ କରିଦେଇଛନ୍ତି।
ଦିଲ୍ଲୀ ମୁଖ୍ୟ ନିର୍ବାଚନ ଆୟୋଗ ରଣବୀର ସିଂହ କହିଛନ୍ତି ଯେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ସୋମବାର ତାଙ୍କୁ ଭେଟି ଅରବିନ୍ଦ କେଜରିୱାଲଙ୍କ ଚିଠି ନେଇ ଅଭିଯୋଗ କରିଥିଲେ। ପାଖାପାଖି ୨୬ ଲକ୍ଷ ଚିଠି ପାଣି ବିଲ୍‍ ସହ ବଣ୍ଟାଯାଉଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଦିଲ୍ଳୀ ସରକାରରେ ଜଳ ମନ୍ତ୍ରାଳୟ ଦାୟିତ୍ୱ ଖୋଦ୍‍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମ୍ଭାଳୁଛନ୍ତି। ସେ ଦିଲ୍ଲୀ ଜଳ ବୋର୍ଡର ଅଧ୍ୟକ୍ଷ ଅଛନ୍ତି। ଅଭିଯୋଗ ଅନୁସାରେ ନିର୍ବାଚନ ଆୟୋଗ ବୁଧବାର ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ଚଢାଉ କରିଥିଲା। ଚିଠି ପାଇବା ପରେ ଏକ କଠୋରୀକୁ ସିଲ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories