www.samajalive.in
Friday, December 5, 2025
20.1 C
Bhubaneswar

ପୁଣି ସମ୍ମାନ ରଖିଲେ ଜାଡେଜା, ଭାରତ ଇନିଂସ ୧୬୧ରେ ସୀମିତ

କାନବେରା: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଭାରତର ଦୁର୍ବଳ ବ୍ୟାଟିଂ ପଦାରେ ପଢ଼ିଛି। ମ୍ୟାଚ୍‌ ଜିତିବା ଲାଗି ଘରୋଇ ଦଳକୁ ଏକ ବଡ଼ ଟାର୍ଗେଟ ଦେବାରେ ଦଳ ବିଫଳ ହୋଇଛି। କିନ୍ତୁ ରବୀନ୍ଦ୍ର ଜାଡ଼େଜା ଏବଂ କେ.ଏଲ. ରାହୁଲ ଦମଦାର ବ୍ୟାଟିଂ କରି ଦଳର ସମ୍ମାନ ରଖିଛନ୍ତି। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୬୧ ରନ୍‌ ସଂଗ୍ରହ କରିଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ଏହି ବିଜୟ ଲକ୍ଷ୍ୟ ସହଜ ହେବ।

Image Courtesy: AFP

ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଓପନର କେ. ଏଲ. ରାହୁଲ ଏବଂ ଶିଖର ଧୱନ ଇନିଂସ ଆରମ୍ଭ କରିଥିଲେ। ଧୱନ ମାତ୍ର ୧ ରନ୍‌ କରି ମିଶେଲ ଷ୍ଟାର୍କଙ୍କ ଦ୍ବାରା ଆଉଟ୍‌ ହୋଇଯାଇଥିଲେ। ଏହା ପରେ ପରେ ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ସଞ୍ଜୁ ସାମ୍‌ସନ୍‌ ଏବଂ ରାହୁଲ କିଛି ସମୟ ପାଇଁ ଇନିଂସ ସ୍ଥିତି ସମ୍ଭାଳିଥିଲେ।

- Advertisement -

ଉଭୟେ ୩ ଉଇକେଟ୍‌ରେ ୩୮ ରନ୍‌ ଯୋଡ଼ିଥିଲେ। ଏହା ପରେ ସାମ୍‌ସନ ବ୍ୟକ୍ତିଗତ ୨୩ ରନ୍‌ ଏବଂ ଦଳୀୟ ସ୍କୋର ୮୬ ହୋଇଥିବାବେଳେ ଆଉଟ୍‌ ହୋଇଥିଲେ। ପରେ ଗୋଟିଏ ପରେ ଗୋଟିଏ ଉଇକେଟ୍‌ ପତନ ଘଟିଥିଲା। ୧୬.୫ ଓଭରରେ ଦଳ ୧୧୪ ରନରେ ୬ଟି ଉଇକେଟ୍‌ ହରାଇଥିଲା। ରବୀନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ୭ମ ଉଇକେଟ୍‌ରେ ୩୯ ରନ୍‌ ଯୋଡ଼ିଥିଲେ। ଜାଡେଜା ୨୩ ବଲ୍‌ରୁ ଦ୍ରୁତ ୪୪ ରନ୍‌ ସଂଗ୍ରହ କରିବାରୁ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ମୋସେ ହେନ୍‌ରିକ ୪ ଓଭରରେ ୨୨ ରନ୍‌ ଦେଇ ସର୍ବାଧିକ ୩ ଉଇକେଟ୍‌ ଅକ୍ତିଆର କରିଥିଲେ। ମିଶେଲ ଷ୍ଟାର୍କ ୨ଟି ଏବଂ ଆଦାମ ଜାମ୍ପା ଓ ମିଶେଲ ସ୍ଵେପସନ୍‌ ଗୋଟିଏ ଲେଖାଏ ଉଇକେଟ୍‌ ହାସଲ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories