www.samajalive.in
Tuesday, December 9, 2025
17.1 C
Bhubaneswar

ଭିସା ମୁକ୍ତ କର୍ତ୍ତାରପୁର ଯାତ୍ରାକୁ ଭାରତ ଓ ପାକର ଅନୁମତି

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ଭିସାମୁକ୍ତ କର୍ତ୍ତାରପୁର ଯାତ୍ରା ପ୍ରସ୍ତାବକୁ ଅନୁମତି ଦେଇଛନ୍ତି। ବୁଧବାର ଅଟ୍ଟାରୀଠାରେ କର୍ତ୍ତାରପୁର ସାହିବ କରିଡର ବୈଠକର ତୃତୀୟ ପର୍ଯ୍ୟାୟରେ ଉଭୟ ଦେଶ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି। ଭାରତୀୟ ସ୍ୱରାଷ୍ଟ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ପ୍ରତିନିଧିତ୍ୱରେ ଏକ ଦଳ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବୈଠକରେ ମିଳିତ ହୋଇଥିଲେ। ଭାରତରେ ଜନ୍ମିତ ଯେଉଁ ମାନଙ୍କ ପାଖରେ ଓସିଆଇ (ଓଭରସିଜ ସିଟିଜେନ ଅଫ ଇଣ୍ଡିଆ) କାର୍ଡ ଥିବ ସେମାନେ କର୍ତ୍ତାରପୁର ସାହିବ ପରିଦର୍ଶନ କରିପାରିବେ।

ପ୍ରଥମ ପର୍ଯ୍ୟାୟରେ ୫ ହଜାର ଯାତ୍ରୀ ପ୍ରତ୍ୟେକ ଦିନ ପରିଦର୍ଶନରେ ଯିବାକୁ ସ୍ଥିର ହୋଇଥିବା ବେଳେ ପର୍ବ ପର୍ବାଣୀ ସମୟରେ ପାକିସ୍ତାନର ନିର୍ଦ୍ଧାରିତ ସଂଖ୍ୟା ବୃଦ୍ଧି ନିୟମ ଅନୁଯାୟୀ ଅଧିକ ତୀର୍ଥଯାତ୍ରୀ ପରିଦର୍ଶନରେ ଯାଇପାରିବେ। ପାକିସ୍ତାନ ମଧ୍ୟ ଏହି ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି କରିବାକୁ ରାଜି ହୋଇଛି। ମିଳିଥିବା ସୁଚନା ଅନୁଯାୟୀ ବର୍ଷ ତମାମ ଏହି ଯା୍‍ତ୍ରା ଜାରୀ ରହିବ। ଏହା ସହ ତୀର୍ଥଯାତ୍ରୀ ଏକାକି କିମ୍ବା ଗୋଷ୍ଠିରେ ପାଦରେ ଚାଲିଚାଲି ଯାଇପାରିବେ।

- Advertisement -

ଅନ୍ୟ ଏକ ନିଷ୍ପତି କ୍ରମରେ ଉଭୟ ଦେଶ ବୁଢୀ ରାବୀ ପ୍ରଣାଳୀରେ ଏକ ପୋଲ ନିର୍ମାଣ ପାଇଁ ସହମତି ହୋଇଛନ୍ତି। ସେହି ପୋଲ ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ଉଭୟ ପଟକୁ ଅସ୍ଥାୟୀ ଭାବେ ସଂଯୋଗ କରାଯିବ। ଆପାତ୍ତକାଳିନ ସ୍ଥିତିରେ ଉଦ୍ଧାରକାର୍ଯ୍ୟ ପାଇଁ ମଧ୍ୟ ଉପାୟ ସ୍ଥିର କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories